୨୪ ଘଣ୍ଟାରେ ଭାରତରେ ୯୯୮୫ ଆକ୍ରାନ୍ତ ଓ ୨୭୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

୨୪ ଘଣ୍ଟାରେ ଭାରତରେ ୯୯୮୫ ଆକ୍ରାନ୍ତ ଓ ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଭାରତରେ ୯୯୮୫ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏଥିସହ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୫୮୩ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟା ଭିତରେ ୨୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଭାରତରେ ଏପର୍ଯ୍ୟନ୍ତ ୭୭୪୫ ଜଣ ପ୍ରାଣ ହରାଇଛନ୍ତି। ତେବେ ଆଶ୍ବସ୍ତିକର କଥା ହେଉଛି, ଭାରତରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଏବେ ରିକଭରୀ ରେଟ୍ ୪୮.୮୮ ପ୍ରତିଶତ ହୋଇଛି। କିନ୍ତୁ ଗତ କିଛି ଦିନ ହେବ ଲଗାତର ୯ହଜାରରୁ ଅଧିକ ନୂଆ ମାମଲା ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏହା ମଧ୍ୟରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୩୦୯ ହୋଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୩୬୬ ନୂଆ ପଜିଟିଭ୍ ସାମ୍ନାକୁ ଆସିଛି। ଏହା ସହ ୨୪ ଘଣ୍ଟାରେ ୫୦୪ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଦେଶର ରାଜଧାନୀରେ ଏବେ ସୁସ୍ଥ ସଂଖ୍ୟା ୧୧,୮୬୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୯୦୫ରେ ପହଞ୍ଚିଛି।

ସେହିପରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ଟପିଛି। ଏପର୍ଯ୍ୟନ୍ତ ସେଠାରେ ୩୨୮୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୨ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏବେବି ମହାରାଷ୍ଟ୍ରରେ ୪୪,୮୬୦ଜଣ ସକ୍ରିୟ ଅଛନ୍ତି।



from Odisha Reporter https://ift.tt/2MMpW12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages