ବିଜୁଳି କାଟରୁ ବଚସା; ୩ RPF ଯବାନଙ୍କ ସମେତ ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ବିଜୁଳି କାଟରୁ ବଚସା; ୩ RPF ଯବାନଙ୍କ ସମେତ ୪ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ବିଜୁଳି କାଟକୁ ନେଇ ହୋଇଥିବା ବଚସା ଘଟଣାରେ ୪ଜଣ  ଗିରଫ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ୩ ଜଣ RPF  ଯବାନ  ଅଛନ୍ତି।

ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍‌ କାଟ ହୋଇଥିଲା। ଘରେ ଲାଇନ୍‌ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ୩ ଯବାନ ଓ ଜଣେ ରେଳବାଇ କର୍ମଚାରୀ ARMଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଇଲେକ୍ଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏନେଇ ଉଭୟ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଗତ ରାତିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅପରପକ୍ଷେ ଗିରଫ ଜଣେ ଯବାନଙ୍କ ସମ୍ପର୍କୀୟ  ARM ଓ ଇଲେକ୍ଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କ ନାଁରେ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ପୁଲିସ୍‌ ଏହାର ବି ଖୋଳତାଡ଼ କରୁଛି।



from Odisha Reporter https://ift.tt/3f6O5LN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages