କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମୁରିବାହାଲ ଥାନା ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଙ୍କ ନାଁ ଧୀରେନ୍ଦ୍ର ବାଗ। ତାଙ୍କ ଘର ବଡ଼ସାଇମରା ପଞ୍ଚlୟତ ଟେଙ୍ଗରା ଗାଁରେ ହୋଇଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଜଣାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୮ ତାରିଖରେ ଅଭିଯୁକ୍ତ ଧୀରେନ୍ଦ୍ର ସମ୍ପୃକ୍ତ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ହାଇଦ୍ରାବାଦର ତେଲେଙ୍ଗାନା ସହରରକୁ ନେଇ ଯାଇଥିଲେ । ଅପହୃତା ନାବାଳିକାଙ୍କ ବାପା ମାର୍ଚ୍ଚ ୧୮ ତାରିଖରେ ମୁରିବାହାଲ ଥାନାରେ ଝିଅ ନିଖୋଜ ନେଇ ରିପୋର୍ଟ ଦେଇଥିଲେ । ହେଲେ ଝିଅର ସନ୍ଧାନ ମିଳି ପାରି ନ ଥିଲା। ଗତ କିଛି ଦିନ ତଳେ ହାଇଦ୍ରାବାଦରୁ ଫେରିଲା ପରେ ଗାଁ ପାଖରେ ନାବାଳିକାଙ୍କୁ ଛାଡି ଦେଇ ଅଭିଯୁକ୍ତ ଧୀରେନ୍ଦ୍ର ଫେରାର ହୋଇଯାଇଥିଲେ ।
ବାହାରୁ ଆସିଥିବାରୁ ନାବାଳିକାଜଣଙ୍କ ଗାଁର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। କ୍ୱାରେଣ୍ଟାଇନ୍ ଅବଧି ସାରିଲା ପରେ ଘରେ ପହଞ୍ଚି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏ ନେଇ ନାବାଳିକାଙ୍କ ବାପା ପୁଣି ଥରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗର ତଦନ୍ତ କରି ପୁଲିସ୍ ଧୀରେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
from Odisha Reporter https://ift.tt/2zLcKXl
No comments:
Post a Comment