ସୋନୁ ନିଗମଙ୍କ ଭବିଷ୍ୟବାଣୀ;‌ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଆସିପାରେ ଆତ୍ମହତ୍ୟା ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ସୋନୁ ନିଗମଙ୍କ ଭବିଷ୍ୟବାଣୀ;‌ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଆସିପାରେ ଆତ୍ମହତ୍ୟା ଖବର

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ପ୍ରିୟାପ୍ରୀତି ତୋଷଣକୁ ନେଇ ସ୍ୱର ଉଠାଇଛନ୍ତି। ଲୋକପ୍ରିୟ ସିଙ୍ଗର ସୋନୁ ନିଗମ୍‌ ଗୁରୁବାର ଏହାକୁ ନେଇ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ଯେମିତି ମାଫିଆ ସକ୍ରିୟ ରହିଛନ୍ତି, ଆଗକୁ ଏଥିରୁ ମଧ୍ୟ ଆତ୍ମହତ୍ୟାର ଖବର ଆସିପାରେ। ସୋନୁ ଶେଆର୍‌ କରିଥିବା ପାଖାପାଖି ସାଢ଼େ ସାତ ମିନିଟ୍‌ ଭିଡିଓରେ କିପରି ଜଣେ ଦୁଇଜଣ ଲୋକ ମ୍ୟୁଜିକ ଇଣ୍ଡଷ୍ଟ୍ରୀକୁ କବ୍‌ଜା କରି ରଖିଛନ୍ତି, ତାହା ଜଣାଇଛନ୍ତି। ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଭିଡିଓରେ ଆରମ୍ଭରେ ସୋନୁ ଭାରତ-ଚୀନ୍‌ ବିବାଦରେ ସହିଦ୍‌ ହୋଇଥିବା ୨୦ ଜବାନଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି। ଏହାପରେ ସୋନୁ କହିଛନ୍ତି, ‘ମୁଁ ବିଶେଷ କରି ମ୍ୟୁଜିକ ଇଣ୍ଡଷ୍ଟ୍ରୀକୁ ଏକ ଅନୁରୋଧ କରିବାକୁ ଚାହୁଁଛି, ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଛି। ଆଗକୁ ଆପଣ କୌଣସି ସିଙ୍ଗର୍‌ କିମ୍ୱା ମ୍ୟୁଜିକ କମ୍ପୋଜରଙ୍କ ଆତ୍ମହତ୍ୟା ଖବର ଶୁଣି ପାରନ୍ତି। କାରଣ ଆମ ଦେଶରେ ଫିଲ୍ମଠାରୁ ଅଧିକ ମାଫିଆ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ରହିଛନ୍ତି। ମୁଁ ଭାଗ୍ୟବାନ୍ ଯେ ବହୁତ କମ୍‌ ବୟସରୁ ଗାଇବା ଆରମ୍ଭ କରିଥିଲି। ସେଥିପାଇଁ ଏସବୁରୁ ବାହାରି ଆସିଛି। କିନ୍ତୁ ନୂଆ କଳାକାରଙ୍କ ପାଇଁ ଏସବୁ ସହଜ ନୁହେଁ।’

‘ମୁଁ ସମସ୍ତଙ୍କ ସହିତ କଥା ହେଉଛି। କିଛି ଯୁବକଯୁବତୀ କାମ କରି ଆଗକୁ ଯିବାକୁ ଚାହୁଁଛନ୍ତି, ହେଲେ ମ୍ୟୁଜିକ କମ୍ପାନୀର କହିବା ଅନୁସାରେ ଏମାନେ ଆମ ଆର୍ଟିଷ୍ଟ ନୁହଁନ୍ତି। ରେଡିଓରେ କ’ଣ ବାଜିବ କ’ଣ ବାଜିବ ନାହିଁ, ମ୍ୟୁଜିକ ଇଣ୍ଡଷ୍ଟ୍ରୀ ତାହାକୁ କଣ୍ଟ୍ରୋଲ କରୁଛି। ହେଲେ ଏପରି କରନ୍ତୁ ନାହିଁ। ଏପରି କରିବା ଠିକ୍‌ ନୁହେଁ। ଦୁଇଜଣ ଲୋକଙ୍କ ହାତରେ ସବୁ ଶକ୍ତି ରହିଛି। ଏହି ଦୁଇ ଜଣ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦୁଇ କମ୍ପାନୀ। ସେମାନେ ଚାହିଁଲେ କଳାକାର ଗାଇବେ, ନହେଲେ ନାହିଁ।’

View this post on Instagram

You might soon hear about Suicides in the Music Industry.

A post shared by Sonu Nigam (@sonunigamofficial) on

ସୋନୁ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମୋ ଦୁନିଆରେ ବହୁତ ଖୁସି ଅଛି। ହେଲେ ନୂଆ ସିଙ୍ଗର, କମ୍ପୋଜର, ଗୀତିକାରଙ୍କ ଆଖିରେ ମୁଁ ଲୁହ ଦେଖିଛି। କେବେ କେବେ ସେମାନେ ମନଖୋଲି କାନ୍ଦିଥା’ନ୍ତି, ଯଦି ସେମାନେ ମରିଯାଆନ୍ତି, ତେବେ ଆପଣଙ୍କୁ ହିଁ ଏହାର ଉତ୍ତର ଦେବାକୁ ପଡ଼ିବ। ତେଣୁ ଏମାନଙ୍କୁ ହଇରାଣ କରନ୍ତୁ ନାହିଁ। ଏପରି କାହିଁକି ହୁଏ, ଗୋଟିଏ କଳାକାର ଅନ୍ୟ ଜଣେ କଳାକାର ଗୀତ ଗାଇବ କି ନାହିଁ, ତାହାର ନିଷ୍ପତ୍ତି ନେଇଥାଏ। ଅତୀତରେ ଅରିଜିତ୍‌ ସିଂହଙ୍କ ସହିତ ମଧ୍ୟ ଏପରି ହୋଇସାରିଛି।

ମୁଁ ଅନେକ ଗୀତ ଗାଇ ସାରିଛି, ଯାହାର ଡବିଙ୍ଗ ମଧ୍ୟ ହୋଇସାରିଛି। ଥରେ ଭାବନ୍ତୁ ମୁଁ ଆପଣଙ୍କୁ କାମ ମାଗୁନାହିଁ, ହେଲେ ଆପଣ ମୋତେ ଡ଼ାକି ଗୀତ ଗାଇବାକୁ ଦେଉଛନ୍ତି ଏବଂ ପରେ ମୋ ଗୀତକୁ ଡବ୍‌ କରୁଛନ୍ତି, ଏହା କ’ଣ ଠିକ୍‌ ? ୧୯୯୧ ମସିହାରୁ ମୁଁ ମୁମ୍ୱାଇରେ କାମ କରୁଛି। କିନ୍ତୁ ୧୯୮୯ ମସିହାରୁ ମୁଁ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଅଛି। ଯଦି ମୋ ସହିତ ଏପରି ହୋଇପାରୁଛି, ତେବେ ଛୋଟ କଳାକାରଙ୍କ ସହିତ ଆପଣ କ’ଣ କରୁଥିବେ ? ଗୋଟିଏ ସିଙ୍ଗରକୁ ଆପଣ ୧୦ଟି ଗୀତ ଗାଇବାକୁ ଦେବେ, ଏବଂ ୧୧ ନମ୍ୱର ଗୀତ ବେଳେ କହିବେ, ଆମେ ଆପଣଙ୍କୁ ଗୀତ ଦେବୁନି। ତୁମେ ମୋ କମ୍ପାନୀରେ ରହିଲେ, ଆମେ ଗୀତ ଗାଇବାକୁ ଦେବୁ। ତୁମେ ଯେତେ ଭଲ କଳାକାର ହୋଇଥିଲେ ମଧ୍ୟ ତୁମକୁ କାମ କରିବାକୁ ଦେବେ ନାହିଁ। ଏହା ଠିକ୍‌ ନୁହେଁ। ମୋର ତ ସମୟ ସରିଲାଣି। ହେଲେ ନୂଆ କଳାକାରଙ୍କୁ ଏସବୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି।’

ଶେଷରେ ସୋନୁ କହିଛନ୍ତି, ମୁଁ ଯାହା ଦେଖୁଛି, ତାହା ହିଁ କହୁଛି। ଏବେ କିଛି ଲୋକ କହିବେ ସୋନୁ ମୋ ନାମ ନେଲେ। କିନ୍ତୁ ମୋ କହିବା ଅନୁସାରେ କ୍ରିଏଟିଭିଟି ଦୁଇଟି ଲୋକଙ୍କ ହାତରେ ରହିବା ଉଚିତ ନୁହେଁ। ଯଦି ଆପଣ ଠିକ୍ କରିବେ, ତେବେ ମ୍ୟୁଜିକ ଭଲ ହେବ କେମିତି ? ଆଗରୁ ଭଲ ମ୍ୟୁଜିକ ହେଉଥିଲା। ରାଜ କପୁରଙ୍କର ଭଲ ମ୍ୟୁଜିକ ଥିଲା ଏବଂ ଶଙ୍କର ଜୟ କିଷନ୍‌ଙ୍କର ମଧ୍ୟ ଅଲଗା ଥିଲା। ଏବେ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ସଙ୍କୁଚିତ ହୋଇଚାଲିଛି। ଯଦି ଚାହୁଁଛନ୍ତି କଳାକାର ଆତ୍ମହତ୍ୟା ନକରନ୍ତୁ, ତେବେ ଦୟାଳୁ ହୋଇଯାଆନ୍ତୁ। ଖୁସିରେ ଜୀବନ ବଞ୍ଚନ୍ତୁ।



from Odisha Reporter https://ift.tt/2YNNRTk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages