ଗୁଜରାଟର ୧୯ କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନ ରିସର୍ଟକୁ ପଠାଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଗୁଜରାଟର ୧୯ କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନ ରିସର୍ଟକୁ ପଠାଗଲା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଗୁଜରାଟରେ ହେବାକୁଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜନୀତିକ କୋଳାହଳ ତୀବ୍ର ହେବାରେ ଲାଗିଛି। ରାଜ୍ୟରେ କଂଗ୍ରେସର ତିନିଜଣ ବିଧାୟକ ଇସ୍ତଫା ଦେବା ପରେ ପାର୍ଟି ପୂରା ସତର୍କ ହୋଇଯାଇଛି। ଏହାକୁ ଆଖିଆଗରେ ରଖି କଂଗ୍ରେସ ତା’ର ୧୯ଜଣ ବିଧାୟକଙ୍କୁ ରାଜସ୍ଥାନର ଏକ ରିସର୍ଟରେ ରହିବାକୁ ପଠାଇ ଦେଇଛି।

ଏ ନେଇ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ମାଉଣ୍ଟଆବୁରେ ଅବସ୍ଥିତ ରିସର୍ଟରେ ୨୬ଜଣ ବିଧାୟକଙ୍କୁ ସ୍ଥାନାନ୍ତରିତ କରିପାରେ। ରାଜସ୍ଥାନରେ ବର୍ତ୍ତମାନ କଂଗ୍ରେସ ଶାସନାଧିନ ସରକାର ଚାଲିଛି। ଆଗାମୀ ଦିନରେ ଯେପରି ବିଜେପିକୁ କଂଗ୍ରେସ ବିଧାୟକଙ୍କୁ କିଣିବାରୁ ବିରତ ରଖିବା ପାଇଁ ଦେଶର ଏହି ସର୍ବପୁରାତନ ପାର୍ଟି ଆଶାବାଦୀ ଅଛି।

ଗୁଜରାଟରେ ମୋଟ ୬୫ ବିଧାୟକ ଅଛନ୍ତି, ଯେଉଁଥିରୁ କିଛି ପୂର୍ବରୁ ହିଁ ଅଲଗା ଅଲଗା ରିସର୍ଟରେ ରହିଛନ୍ତି। ଜୁନ୍ ୪ ତାରିଖରେ ଦୁଇ ବିଧାୟକଙ୍କ ଇସ୍ତଫା ପରେ ପାର୍ଟି ଏହି ପଦକ୍ଷେପ ଉଠାଇଛି। ଏହାର ଦିନକ ପରେ ଆଉ ଜଣେ ବିଧାୟକ ପାର୍ଟିରୁ ଇସ୍ତଫା ଦେଇଥିଲେ। ତେଣୁ କ୍ରମାଗତ ଦୁଇ ଦିନରେ ବିଧାୟକଙ୍କ ଏମିତି ଇସ୍ତଫା ଦେବା ପାର୍ଟିକୁ ଚିନ୍ତାରେ ପକାଇ ଦେଇଛତ। ମାର୍ଚ୍ଚ ମାସରେ ନିର୍ବାଚନ ଘୋଷଣା ପରେ ହିଁ ପାର୍ଟିର ଚାରିଜଣ ବିଧାୟକ ସେହି ସମୟରେ ଇସ୍ତଫା ଦେଇଥିଲେ।

ଆବୁ ରୋଡରେ ଗୁଜରାଟ କଂଗ୍ରେସର ଅଧ୍ୟକ୍ଷ ଅମିତ୍ ଚାୱଡା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, କରୋନାଭାଇରସ୍ ଭଳି ସଙ୍କଟ ସମୟରେ ସରକାରକୁ ଯେଉଁଠି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାମ କରିବା କଥା, ସେହିଠାରେ ସରକାର ସରକାରୀ କଳର ଉପଯୋଗ କରି ଜନପ୍ରତିନିଧିଙ୍କୁ ଧମକାଇବା ଏବଂ କିଣାବିକା ଭଳି କାମ କରୁଛି। ଆଗାମୀ ରଣନୀତି ଉପରେ ଆଲୋଚନା କରିବା ପାଇଁ ଆମ ପାଖରେ ବିଧାୟକ ମହଜୁଦ୍ ଅଛନ୍ତି।

ରାଜ୍ୟ ବିଧାନସଭାରେ ୧୮୨ ଆସନ ମଧ୍ୟରୁ ବିଜେପିର ୧୦୩ଜଣ ସଦସ୍ୟ ଅଛନ୍ତି ଏବଂ ପାର୍ଟି ସେଥିମଧ୍ୟରୁ ରାଜ୍ୟସଭା ନିର୍ବାଚନରେ ଲଢ଼ିବା ପାଇଁ ଅଭୟ ଭରଦ୍ୱାଜ, ରାମିଲାବେନ୍ ବାରା ଓ ନରହରି ଆମିନଙ୍କୁ ଓହ୍ଲାଇଛି। କଂଗ୍ରେସର ସଂଖ୍ୟା ୬୫କୁ ଖସିବା ପରେ ପାର୍ଟି ପାଇଁ ଦୁଇଟି ରାଜ୍ୟସଭା ସିଟ୍ ଜିତିବା କଷ୍ଟକର ହୋଇପାରେ। ତେବେ ଏଥିପାଇଁ କଂଗ୍ରେସ ତା’ର ବରିଷ୍ଠ ନେତା ଭରତ ସିଂହ ସୋଲାଙ୍କି ଓ ଶକ୍ତିସିଂହ ଗୋହିଲଙ୍କୁ ମଇଦାନକୁ ଓହ୍ଲାଇଛି।



from Odisha Reporter https://ift.tt/2zbGA6T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages