କଙ୍କଡ଼ାହାଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

କଙ୍କଡ଼ାହାଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ମୃତ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ଟ୍ରେନି ପାଇଲଟଙ୍କ ମୃତ୍ୟୁ ଘଟିଛି। ଟ୍ରେନି ପାଇଲଟ୍ ଜଣେ ମହିଳା। ତେବେ ଖବର ଲେଖାଯିବା ସୁଦ୍ଧା ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ।    

ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ଚାଲିଥିବା ବେଳେ ଏହି  ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ବିମାନଟିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହା ଖସି ପଡ଼ିଥିଲା। ଏହା ପରେ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ବିରାଶାଳ ଏୟାରଷ୍ଟ୍ରିପରେ ଗତବର୍ଷ ଠାରୁ ପାଇଲଟ୍ ଟ୍ରେନିଂ ଆରମ୍ଭ ହୋଇଛି। ଏଠାରେ ବିଭିନ୍ନ ରାଜ୍ୟରୁ ଯୁବକ,ଯୁବତୀ ଆସି ପାଇଲଟ୍ ଟ୍ରେନିଂ ନେଉଛନ୍ତି।



from Odisha Reporter https://ift.tt/2YaGVzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages