ବାପାଙ୍କୁ ଡାକ୍ତରଖାନା ନେଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

ବାପାଙ୍କୁ ଡାକ୍ତରଖାନା ନେଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ

ସୋର(ଶଶିକାନ୍ତ ବେହେରା): ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ମୃତକଙ୍କ ନାଁ ମନୋଜ ବେହେରା।

ସୂଚନାଅନୁସାରେ, ଗତକାଲି ରାତିରେ ମନୋଜଙ୍କ ବାପା ଭାଗିରଥୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତେଣୁ ମନୋଜ    ଭାଗିରଥୀଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ସେଠାରେ ଭାଗିରଥୀଙ୍କ ଅବସ୍ଥା ଗୁରୁତର ହେବାରୁ  ଡାକ୍ତର ତାଙ୍କୁ  ଭଦ୍ରକ ଡାକ୍ତରଖାନାକୁ ନେବାକୁ କହିଥିଲେ।

ଆଜି ସକାଳେ ଏକ ବାଇକ୍‌ ଯୋଗେ ମନୋଜ ତାଙ୍କ ବାପା ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ଭଦ୍ରକ ଡାକ୍ତରଖାନା ନେଉଥିଲେ। ହେଲେ  ଚରମ୍ପା ରେଳ ପୋଲ ନିକଟରେ  ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ  ମନୋଜଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ମନୋଜଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି। ତେବେ ବାଇକ୍‌ରେ ବସିଥିବା ଗାଁର ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

The post ବାପାଙ୍କୁ ଡାକ୍ତରଖାନା ନେଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ appeared first on Odisha Reporter.



from Odisha Reporter https://ift.tt/2Z8CTIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages