ପିପିଲିକୁ ଗଡ଼ିଲା ମୋ ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

ପିପିଲିକୁ ଗଡ଼ିଲା ମୋ ବସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ଦାବି ପରେ ଆଜି ପ୍ରଥମ ଥର ପାଇଁ ମାଷ୍ଟକ୍ୟାଣ୍ଟିନରୁ ପିପିଲିକୁ ଗଡ଼ିଲା ମୋ ବସ୍। ପିପିଲିର ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଚାଲିବ ମୋ ବସ୍। ପ୍ରଥମ ପର୍ଯ୍ୟାୟରେ ଏହି ରୁଟ୍‌ରେ ୪ଟି ବସ୍‌ ଗଡ଼ିବାକୁ ଅନୁମତି ମିଳିଥିବା ବେଳେ ପ୍ରତି ୪୦ ମିନିଟ ବ୍ୟବଧାନରେ ଏହା ଗଡ଼ିବ । ଏହାଦ୍ୱାରା  ଦାଣ୍ଡମୁକୁନ୍ଦପୁର ବାସିନ୍ଦା ବିଶେଷ ଭାବେ ଉପକୃତ ହେବେ ।

ଆଜି ସକାଳେ ମାଷ୍ଟରକ୍ୟାଣ୍ଟିନ୍‌ରୁ ପିପିଲିକୁ ଗଡ଼ିଥିବା ମୋ ବସ୍‌ର ଯାତ୍ରୀ ହୋଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହି ସେବା ଆରମ୍ଭ ହେବା ପରେ ଖୁବ୍‌ ଖୁସି ଥିବା କହିଛନ୍ତି। ହେଲେ ଭଡ଼ା ଟିକେ ଅଧିକ ରହିଥିବା ସେ କହିଛନ୍ତି । ଏହି ବସ୍‌ ଚାଲିବା ଦ୍ୱାରା କିପରି ସାମ୍ବାଦିକ, ସିନିଅର ସିଟିଜେନ, ଛାତ୍ରଛାତ୍ରୀ, ଶ୍ରମିକଙ୍କ କମ୍‌ ଭଡ଼ାରେ ଯାଇ ଉପକୃତ ହେବେ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି।

ଭୁବନେଶ୍ୱରରୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ବହୁ ସଂଖ୍ୟାରେ ବସ୍‌ ଚାଲୁଥିବା ମଧ୍ୟ ଏହାଦ୍ୱାରା ଦାଣ୍ଡମୁକୁନ୍ଦପୁର ବାସିନ୍ଦା କିନ୍ତୁ ଉପକୃତ ହୋଇପାରୁ ନ ଥିଲେ। କାରଣ ବସ୍‌ଗୁଡ଼ିକ ଦାଣ୍ଡମୁକୁନ୍ଦପୁର ହୋଇ ଯାଉଥିଲେ ମଧ୍ୟ ସେଠାରେ ରୁହନ୍ତି ନାହିଁ।  ଫଳରେ ଯାତ୍ରୀମାନେ ବହୁ ହଇରାଣ ହୋଇ ପ୍ରତିଦିନ ଭୁବନେଶ୍ୱରକୁ ଯାତାଯତ କରିଥାନ୍ତି। ହେଲେ ଏବେ ଏହି ସମସ୍ୟା ଦୂର ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।

ମାଷ୍ଟରକ୍ୟାଣ୍ଟିନରୁ ବାହାରି ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଯିବାକୁ ଥିବା ଏହି ବସ୍‌କୁ ପ୍ରତିଦିନ ମାଷ୍ଟରକ୍ୟାଣ୍ଟିନରେ ସାନିଟାଇଜ କରାଯିବ। ମାଷ୍ଟରକ୍ୟାଣ୍ଟିନରୁ ଦାଣ୍ଡମୁକୁନ୍ଦପୁର ଯିବା ନିମନ୍ତେ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଯାତ୍ରୀଙ୍କ ନିମନ୍ତେ ନୋ ମାସ୍କ, ନୋ ଏଣ୍ଟ୍ରି କଟକଣା ଲାଗୁ କରାଯାଇଥିବା ବେଳେ ସେମାନେ ଅନଲାଇନ୍‌ ପେମେଣ୍ଟ ମଧ୍ୟ କରିପାରିବେ ବୋଲି ଏହାର କଣ୍ଟକ୍ଟର କହିଛନ୍ତି।

The post ପିପିଲିକୁ ଗଡ଼ିଲା ମୋ ବସ୍ appeared first on Odisha Reporter.



from Odisha Reporter https://ift.tt/381u9aF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages