ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା। ହେଲେ ଠାକୁର ରଥାରୁଢ଼ ହେବେ କି ନାହିଁ, ରଥ ବଡ଼ ଦାଣ୍ଡରେ ଗଡ଼ିବ କି ନାହିଁ ତାକୁ ନେଇ ଏବେ ବି ଲାଗି ରହିଛି ଆଶା ଆଶଙ୍କା। ପୂର୍ବରୁ ସୁପ୍ରିମ୍ କୋର୍ଟ ରଥ ଯାତ୍ରା ନ କରିବା ପାଇଁ ରାୟ ଶୁଣାଇଥିବା ବେଳେ ଏହାର ପୁନଃର୍ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ଆରମ୍ଭ ହୋଇଯାଇଛି ।
ପୂର୍ବରୁ ସୁପ୍ରିମ କୋର୍ଟରେ ରଥ ଯାତ୍ରା ସପକ୍ଷରେ ପକ୍ଷ ନ ରଖି ନିନ୍ଦିତ ଓ ସମାଲୋଚିତ ହୋଇଥିବା ରାଜ୍ୟ ସରକାର ଆଜି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି। କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠରେ ଉଲ୍ଲେଖ ରହିଛି। ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷେ ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଛନ୍ତି କେନ୍ଦ୍ର ସରକାର। ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଥିବା ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନକରିବାକୁ କହିଛନ୍ତି। ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ସଲିସିଟର ଜେନେରାଲ ପ୍ରସ୍ତାବ ଦେଇଛନ୍ତି।
ଅପରପକ୍ଷେ ରଥ ଯାତ୍ରା ନିମନ୍ତେ ବିଧି ମୁତାବକ ସବୁ ନିୟମ ପାଳନ କରାଯାଉଛି । ରଥ ଯାତ୍ରାର ପୂର୍ବ ଦିନ ଅର୍ଥାତ ଆଜି ଶ୍ରୀଜୀଉଙ୍କ ୩ ବାଡ଼ରୁ ୩ଟି ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯିବା ପରମ୍ପରା ପାଳନ ହୋଇଯାଇଛି।
from Odisha Reporter https://ift.tt/2V6Keqn
No comments:
Post a Comment