୭ଟାରୁ ପହଣ୍ଡି, ୧୨ଟାରୁ ରଥ ଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 22, 2020

୭ଟାରୁ ପହଣ୍ଡି, ୧୨ଟାରୁ ରଥ ଟଣା

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଗୁଣ୍ଡିଚା ଯାତ୍ରା। ତିନି ଠାକୁର ରତ୍ନବେଦୀ ଛାଡ଼ି ରଥରେ ଚଢ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ। ହେଲେ ଏ ବର୍ଷ ବଡ଼ଦାଣ୍ଡର ଚିତ୍ର ପୂରା ଭିନ୍ନ ରହିଛି। ନାହିଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼। କରୋନା ଯୋଗୁ ବିନା ଭକ୍ତରେ ହେଉଛି ରଥଯାତ୍ରା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ୟକ ସେବାୟତକୁ ନେଇ ନୀତିକାନ୍ତି ଚାଲିଥିବା ବେଳେ ବଡ଼ଦାଣ୍ଡରେ କେବଳ ସୁରକ୍ଷାକର୍ମୀ ରହିଛନ୍ତି। ଭୋର ୩ଟାରୁ ମଙ୍ଗଳ ଆଳତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ରଥ ପ୍ରତିଷ୍ଠା ପରେ ସକାଳ ୭ଟାରୁ ଆରମ୍ଭ ହେବ ପହଣ୍ଡି। ସକାଳ ୧୦ଟାରେ ପହଣ୍ଡି ଶେଷ ହେବ। ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ମଦନ ମୋହନ ବିଜେ ହେବେ। ତା’ପରେ ଚିତା ଲାଗି ଓ ବେଶ କାର୍ଯ୍ୟ ସଂପନ୍ନ କରାଯିବ। ଦିନ ସାଢ଼େ ୧୧ଟାରୁ ୧୨ଟା ୧୫ ମଧ୍ୟରେ ଛେରା ପହଁରା ହେବ। ୧୧ଟା ୪୫ରୁ ୧୨ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାର୍ଯ୍ୟ ବି ଶେଷ ହେବ। ଦିନ ୧୨ଟାରୁ ରଥ ଟଣା ଆରମ୍ଭ ହେବ। ରଥ ଟଣାରେ ଘଣ୍ଟାଏଁ ଲେଖାଏଁର ବ୍ୟବଧାନ ରହିବ। ଅର୍ଥାତ୍ ଗୋଟିଏ ରଥ ଟଣାଯିବାର ଏକ ଘଣ୍ଟା ପରେ ଆଉ ଏକ ରଥା ଟଣା ଯିବ।

The post ୭ଟାରୁ ପହଣ୍ଡି, ୧୨ଟାରୁ ରଥ ଟଣା appeared first on Odisha Reporter.



from Odisha Reporter https://ift.tt/3dnv723

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages