ପୁଣି ପାକିସ୍ତାନର ଦୁଃସାହସ, ବାଲାକୋଟରେ କଲା ଅସ୍ତ୍ରବିରତି ଉଲ୍ଲଂଘନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ପୁଣି ପାକିସ୍ତାନର ଦୁଃସାହସ, ବାଲାକୋଟରେ କଲା ଅସ୍ତ୍ରବିରତି ଉଲ୍ଲଂଘନ

ପୁଞ୍ଛ: ଜମ୍ମୁ-କାଶ୍ମୀର ସୀମାରେ ପୁଣି ପାକିସ୍ତାନ ନିଜର ମନ୍ଦ ପ୍ରକୃତିର ଉଦାହରଣ ସୃଷ୍ଟି କରିଛି। ସେପଟେ ଭାରତ-ଚୀନ ସୀମାରେ ତିକ୍ତତା ପରିସ୍ଥିତି ଚାଲିଥିବା ବେଳେ ଆଜି ସକାଳ ପାକିସ୍ତାନ ପୁଣି ସିଜଫାୟର ବା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୬.୧୫ ବେଳେ ଏଲଓସି ନିକଟସ୍ଥ ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ପାକ୍ ପକ୍ଷରୁ ଗୁଳିଚାଳନା କରାଯାଇଛି। ଏହାପରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ୍ ଦେଇଛି।

ପାକିସ୍ତାନର ମନ୍ଦ ପ୍ରକୃତି ପୁଣି ଉଙ୍କି ମାରିଛି। ଆଜି ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ଦୁଃସାହସ କରିଛି ପାକ୍, ଯାହାର ଯଥୋଚିତ ଜବାବ୍ ଦେଇଛନ୍ତି ଭାରତୀୟ ସେନା। ତେବେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ ହେଁ କେହି ମୃତାହତ ହେବା ନେଇ କୌଣସି ସୂଚନା ମିଳିପାରି ନାହିଁ।

ଭାରତ ସୀମାରେ ଲଗାତର ଆତଙ୍କବାତୀଙ୍କୁ ପଠାଇବାକୁ ଚେଷ୍ଟା ଜାରି ରଖିଛି ପାକ୍। ନିକଟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଶୋପିୟାଁଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଫଳରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ। ଶୋପିୟାଁସ୍ଥ ତୁର୍କବଙ୍ଗମ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀଙ୍କ ନିକଟରୁ ଏକେ-୪୭ ଏବଂ ଇନସାସ୍ ରାଇଫଲ ଜବତ କରାଯାଇଛି।

ପ୍ରକାଶ ଥାଉ କି, ଶୋପିୟାଁ ଜିଲ୍ଲାରେ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କିଛି ଦିନ ହେଲା ଅଭିଯାନ ଚାଲିଛି। ସୁରକ୍ଷାକର୍ମୀ ଜୁନ ୭ରେ ୫, ଜୁନ ୮ରେ ୪ ଏବଂ ଜୁନ ୧୦ରେ ୫ ଆତଙ୍କବାଦୀଙ୍କୁ ମାରି ସଫା କରିଦେଇଥିଲେ। ଚଳିତମାସ ଆତଙ୍କବାଦୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତେବେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୯ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାବଳ ମାରି ସଫା କରିଛନ୍ତି।



from Odisha Reporter https://ift.tt/3hMkBot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages