କ୍ଷୀର ଲେଖା ଯାଇଥିଲା, କିନ୍ତୁ ଯାଉଥିଲା ଗୋ ମାଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

କ୍ଷୀର ଲେଖା ଯାଇଥିଲା, କିନ୍ତୁ ଯାଉଥିଲା ଗୋ ମାଂସ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋ ମାଂସ। ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଟ୍ରକଟି ପଶ୍ଚିମବଙ୍ଗରୁ ଗୋ ମାଂସ ନେଇ ଚେନ୍ନାଇ ଯାଉଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳେ ଏକ ଟ୍ରକ୍‌ରେ ଗୋ ମାଂସ ଚାଲାଣ ହେଉଥିବା ନେଇ ‌ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ ଖବର ପାଇଥିଲେ। ଗାଡ଼ିଟି ଏନଏଚ୧୬ ଦେଇ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଟ୍ରକ୍‌ର ପିଛା କରିଥିଲେ। ଏଥିସହ ସେମାନେ ଗୋଳନ୍ଥରା ଥାନା ପୁଲିସକୁ ବି ଖବର ଦେଇଥିଲେ। ହେଲେ ପୁଲିସ୍ ଗାଡ଼ିଟିକୁ ଧରିବାରେ ସଫଳ ହୋଇପାରି ନଥିଲା। ବଜରଙ୍ଗ ଦଳ କର୍ମୀମାନେ ପିଛା କରି ଆନ୍ଧ୍ର-ଓଡ଼ିଶା ସୀମନ୍ତ ପୁରୁଷୋତ୍ତପୁର ଠାରେ ଗାଡ଼ିଟିକୁ କାବୁ କରିଥିଲେ। ଏନେଇ ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା। ଗାଡ଼ି‌ ଭିତରେ ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ-ମାଂସ ଥିଲା। ଏହି ଗୋମାଂସ ଚୀନ ଅବା ଜାପାନକୁ ଚେନାଇ ଦେଇ ଯାଉଥିବା ସନ୍ଦେହ କରାଯାଉଛି। ତେବେ ଏହି ମାଂସ ନିୟମ ଅନୁସାରେ ଚାଲାଣ ହେଉଥିଲା ନା ନାହିଁ, ସେନେଇ ଇଚ୍ଛାପୁର ପୁଲିସ ତଦନ୍ତ କରୁଛି।



from Odisha Reporter https://ift.tt/2BvITT1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages