‘୫୦ ହଜାର ପାଇଁ ମୋ ଝିଅକୁ ମାରିଦେଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

‘୫୦ ହଜାର ପାଇଁ ମୋ ଝିଅକୁ ମାରିଦେଲେ’

ନିଆଳି(ବିନୟ ମିଶ୍ର): “ମାତ୍ର ୩ ବର୍ଷ ତଳେ ଝିଅ ବାହାଘର କରିଥିଲି। ହେଲେ ୫୦ ହଜାର ଟଙ୍କା ଓ ବାଇକ୍‌ ପାଇଁ ମୋ ଝିଅକୁ ମାରିଦେଲେ। ତା’ ଶାଶୁ, ଶ୍ୱଶୁର ଓ ନଣନ୍ଦ ତାକୁ ମାରିଛନ୍ତି।”  କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଖେରସ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଆଣିଛନ୍ତି ଏହି ଅଭିଯୋଗ ।

ମୃତ ମହିଳାଙ୍କ ବାପା ବିଜୟ କୁମାର ଦାସ କରିଥିବା ଅଭିଯୋଗ ଅନୁଯାୟୀ, ୩ବର୍ଷ ତଳେ ଗୋବିନ୍ଦପୁର ଥାନା ଖେରସ ଗ୍ରାମର ବାସୁଦେବ ମହାନ୍ତିଙ୍କ ପୁଅ ଶ୍ରୀଧର ମହାନ୍ତିଙ୍କ ସହ ଝିଅର ବିବାହ କରାଇଥିଲେ। ବିବାହ ସମୟରେ ୬୦ ହଜାର ଟଙ୍କା ସହ ସମସ୍ତ ଆସବାବପତ୍ର ଓ ସୁନାଗହଣା ଦେଇଥିଲେ। ପରେ ଝିଅର ଶାଶୁ, ଶ୍ୱଶୁର ଓ ନଣନ୍ଦ ଆଉ ୫୦ ହଜାର ଟଙ୍କା ସହ ଗୋଟିଏ ବାଇକ୍‌ ଆଣିବାକୁ ଦାବି କରି ବାରମ୍ୱାର ନିର୍ଯାତନା ଦେଇ ଆସୁଥିଲେ।

ବିଜୟ ବହୁ ଥର ଝିଅ ଘରକୁ ଯାଇ ବୁଝାସୁଝା କରି ଆସୁଥିଲେ। ହେଲେ ଗତକାଲି ଝିଅ ମରିଯାଇଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଗୋବିନ୍ଦପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି।



from Odisha Reporter https://ift.tt/2MJexiy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages