କ୍ରେଜିୱାଲଙ୍କର ହେଲା କରୋନା ଟେଷ୍ଟ, ରିପୋର୍ଟକୁ ଅପେକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

କ୍ରେଜିୱାଲଙ୍କର ହେଲା କରୋନା ଟେଷ୍ଟ, ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ନୂଆ ଅପଡେଟ୍ ମିଳିଛି। ସୋମବାର ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜକୁ ଆଇସୋଲେଟ୍ କରିଥିବା ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କର ଆଜି କରୋନା ଟେଷ୍ଟ କରାଯାଇଛି।

ମଙ୍ଗଳବାର ସକାଳେ ତାଙ୍କର ସାମ୍ପଲ ନିଆଯାଇଛି। ଏବେ କେବଳ ରିପୋର୍ଟକୁ ଅପେକ୍ଷା। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ତାଙ୍କ ଭିତରେ କରୋନାଭାଇରସର ସଂକ୍ରମଣ ଅଛି କି ନାହିଁ। ସୋମବାର ସିଏମ୍ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଆସିଥିଲା।

ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହୋଇଥିଲା। ଏହି କାରଣରୁ ଦ୍ୱିପହରରେ ହେବାକୁଥିବା ବୈଠକକୁ ବାତିଲ କରିଦେଇଥିଲେ ଏବଂ  ନିଜକୁ ଆସୋଲେଟ୍ କରିଥିଲେ। ଡାକ୍ତର ମଧ୍ୟ ତାଙ୍କୁ କୋଭିଡ୍-୧୯ ପରୀକ୍ଷଣ କରାଇବାକୁ ପରାମର୍ଶ ଦେଇଥିଲେ। କ୍ରେଜିୱାଲଙ୍କର ଶୀଘ୍ର ସୁସ୍ଥ ହେବା ନେଇ କିଛି ରାଜନେତା ମଧ୍ୟ କାମନା କରିଥିଲେ।



from Odisha Reporter https://ift.tt/3dN6Gfw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages