କୋଭିଡ ସେଣ୍ଟର ପାଇଁ ଆର୍ମି ଷ୍ଟାଫ ମାଗିଲେ କେଜ୍ରିୱାଲ, ଜବାବ ଦେଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

କୋଭିଡ ସେଣ୍ଟର ପାଇଁ ଆର୍ମି ଷ୍ଟାଫ ମାଗିଲେ କେଜ୍ରିୱାଲ, ଜବାବ ଦେଲେ ଶାହ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଦିଲ୍ଲୀରେ ବେକାବୁ ହେବାରେ ଲାଗିଛି। ସ୍ଥିତିର ମୁକାବିଲା ପାଇଁ ୧୦ ହଜାର ବେଡ୍‌ ବିଶିଷ୍ଟ କୋଭିଡ କେନ୍ଦ୍ର ଖୁବଶୀଘ୍ର ଦିଲ୍ଲୀରେ ଆରମ୍ଭ ହେବ। ଏହି କୋଭିଡ କେନ୍ଦ୍ରରେ ଆର୍ମି ଓ ଆଇଟିବିପିର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଏଥିସହ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଉକ୍ତ କରୋନା ସେଣ୍ଟରକୁ ଆସି ସ୍ଥିତି ସମୀକ୍ଷା କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏହାର ଜବାବରେ ଶାହ ଜୁନ୍‌ ୨୬ରୁ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶାହ କହିଛନ୍ତି, “ପ୍ରିୟର କେଜ୍ରିୱାଲଜୀ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଧା ସ୍ୱାମୀ ବେସ୍ ନିକଟରେ ହେବାକୁ ଥିବା ୧୦ ହଜାର ବେଡ୍ ବିଶିଷ୍ଟ କୋଭିଡ ସେଣ୍ଟରର କାର୍ଯ୍ୟଭାର ଆଇଟିବିପିକୁ ଦେଇଛି। ଏହା ୩ ଦିନ ତଳେ ଆମେ କରିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ କାର୍ଯ୍ୟ ପୂରା ଜୋରଦାର ଚାଲିଛି ଓ ଜୁନ୍‌ ୨୬ ବେଳକୁ ଏହାର ଅଧିକାଂଶ ବେଡ୍‌ ବ୍ୟବହାର ଉପଯୋଗୀ ହୋଇପାରିବ।”

ଏହାବାଦ ଦିଲ୍ଲୀରେ କରୋନା ବେଡ୍‌ର ଅଭାବ ପୂରଣ କରିବା ପାଇଁ ଆହୁରି ଅନେକ କୋଭିଡ ସେଣ୍ଟର ନିର୍ମାଣ କରାଯାଉଥିବା ଶାହ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, “ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ କରୋନା ପାଇଁ ଆଉ ୧ ହଜାର ବିଶିଷ୍ଟ ସେଣ୍ଟର ଖୋଲା ଯାଉଛି। ଏଥିରେ ୨୫୦ ଆଇସିୟୁ ବେଡ ରହିବ। ଡିଆରଡିଓ ଏବଂ ଟାଟା ଟ୍ରଷ୍ଟ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।

ଆର୍ମି ଯବାନମାନେ ଏହାର ଦାୟିତ୍ୱ ନେଇଛନ୍ତି। ଆସନ୍ତେ ୧୦ ଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ। ଦିଲ୍ଲୀର ରେଲୱେ କୋଚ ଗୁଡ଼ିକରେ ହୋଇଥିବା ବ୍ୟବସ୍ଥାରେ ବି ଆର୍ମି ଯବାନମାନେ ନିୟୋଜିତ ହୋଇଛନ୍ତି। ସେମାନେ ସମସ୍ତ ପ୍ରକାରର ସୁବିଧା କରୋନା ରୋଗୀଙ୍କୁ ଯୋଗାଇ ଦେବେ।”

The post କୋଭିଡ ସେଣ୍ଟର ପାଇଁ ଆର୍ମି ଷ୍ଟାଫ ମାଗିଲେ କେଜ୍ରିୱାଲ, ଜବାବ ଦେଲେ ଶାହ appeared first on Odisha Reporter.



from Odisha Reporter https://ift.tt/3fVvV03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages