୫ ଦିନରେ ୪୦ ହଜାର ଥର ସାଇବର ଆଟାକ କଲାଣି ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

୫ ଦିନରେ ୪୦ ହଜାର ଥର ସାଇବର ଆଟାକ କଲାଣି ଚାଇନା

ନୂଆଦିଲ୍ଲୀ: ଭାରତ ଓ ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏବେ ଚାଇନା ଟେକ୍ନୋଲଜିର ସହାୟତା ନେଇଛି। ଗତ ୫ ଦିନ ମଧ୍ୟରେ ଚାଇନାରେ ଅବସ୍ଥାପିତ ହ୍ୟାକରମାନେ ୪୦ ହଜାରରୁ ଅଧିକ ଥର ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ୱେବ ଓ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବାକୁ ଉଦ୍ୟମ କରିଛନ୍ତି। ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମହାରାଷ୍ଟ୍ର ସାଇବର ୱିଙ୍ଗର ସ୍ପେଶାଲ ଇନସପେକ୍ଟର ଜେନେରାଲ ଅଫ ପୁଲିସ ୟଶ୍ୱଭୀ ଯାଦବ କହିଛନ୍ତି, ଲଦାଖ ସଂଘର୍ଷ ପରେ ଚାଇନା ପକ୍ଷରୁ ସାଇବର ଆଟାକ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭାରତର ଇନଫରମେସନ ଟେକ୍ନୋଲଜି ଭିତ୍ତିଭୂମି ଓ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବା ପାଇଁ ଚାଇନା ପକ୍ଷରୁ ପ୍ରୟାସ କରାଯାଇଛି।

ମହାରାଷ୍ଟ୍ର ସାଇବର ୱିଙ୍ଗ ହ୍ୟାକ କରିବାକୁ କେଉଁଠୁ ଉଦ୍ୟମ ହେଉଛି, ତା’ର ଖୋଳତାଡ଼ କରିଥିଲା। ଶେଷରେ ଚାଇନାର ଚେନଗୁଡ଼ରୁ ଅଧିକାଂଶ ହ୍ୟାକର ଏଭଳି କରିଥିବା ତଥ୍ୟ ସାମ୍ନାକୁ ଆସିଛି। ଆମ ତଥ୍ୟ ଅନୁଯାୟୀ, ଗତ ୪ରୁ ୫ ଦିନ ମଧ୍ୟରେ ପ୍ରାୟ ୪୩ ହଜାର ହଜାର ଥର ଭାରତକୁ ସାଇବର ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି।

ତେଣୁ ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀ ଏବେ ଅଧିକ ସତର୍କ ରହିବା ଦରକାର। ବିଭିନ୍ନ ଉପାୟରେ ଚାଇନା ଆଗକୁ ମଧ୍ୟ ହ୍ୟାକ କରିବାର ଆଶଙ୍କା ରହିଥିବା ସେ ସତର୍କ କରାଇ ଦେଇଛନ୍ତି।

The post ୫ ଦିନରେ ୪୦ ହଜାର ଥର ସାଇବର ଆଟାକ କଲାଣି ଚାଇନା appeared first on Odisha Reporter.



from Odisha Reporter https://ift.tt/2Z2PDQz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages