ତୁମେ ସିନା ବିଶ୍ୱାସଘାତକ, କିନ୍ତୁ ମୁଁ ନୁହେଁ…. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ତୁମେ ସିନା ବିଶ୍ୱାସଘାତକ, କିନ୍ତୁ ମୁଁ ନୁହେଁ….

କେରଳରେ ଏକ ଗର୍ଭିଣୀ ହାତୀକୁ କେତେଜଣ ଲୋକ ବାଣଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା କରିଥିବା ଘଟଣା ସାରା ଦେଶକୁ ମର୍ମାହତ କରିଥିବା ବେଳେ ମଣିଷର ମଣିଷପଣିଆକୁ ପଦାରେ ମଧ୍ୟ ପକାଇଛି। ଏନେଇ ସୋଶାଲ ମିଡିଆରେ ପ୍ରତ୍ୟେକ ବର୍ଗର ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି। ଏହାରି ଭିତରେ ସୋଶାଲ ମିଡିଆରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ପ୍ରମାଣ କରୁଛି ଏ ସୁନ୍ଦର ପ୍ରକୃତି ପାଇଁ ପ୍ରକୃତରେ ମଣିଷ ହିଁ ଅଯୋଗ୍ୟ।

ମଣିଷ କେତେ ନିଷ୍ଠୁର ଆଉ ପଶୁ କେତେ ଦରଦୀ ବନ୍ଧୁ ହୋଇପାରେ ପୁଣି ଥରେ ଏହାର ପ୍ରମାଣ ସୋଶାଲ ମିଡିଆରେ ଭାଇରାଲ ଏହି ଭିଡିଓ ଦେଖିବା ପରେ ଜଣାପଡ଼ୁଛି। ଗୋଟିଏ ପଟେ ଭୋକିଲା ଗର୍ଭବତୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ନିର୍ମମ ହତ୍ୟା କରିବା ଭଳି ଘଟଣା ଘଟିଥିବା ବେଳେ ଅନ୍ୟପଟେ ପାଣିରେ ବୁଡ଼ିଯାଉଥିବା ବ୍ଯକ୍ତିଙ୍କୁ ବଞ୍ଚାଇବାକୁ ହାତୀ ଛୁଆଟି ପାଣି ଭିତରକୁ ଦୌଡ଼ିଯାଇଥିବା ଦୃଶ୍ୟ ନିଶ୍ଚିତ ମଣିଷପଣିଆ ଥିବା ମଣିଷମାନଙ୍କ ହୃଦୟକୁ ଆନ୍ଦୋଳିତ କରିବ।

ଯଦିଓ ଭିଡିଓଟି ପୁରୁଣା। କିନ୍ତୁ ଦୃଶ୍ୟ ହେଉଛି ସତ। ଲୋକଟି ପାଣିରେ ପହଁରୁଥିବା ବେଳେ ହାତୀ ଛୁଆକୁ ଲାଗିଲା କାଳେ ସେ ବୁଡ଼ିଯାଉଛି। ଏଣୁ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଛୁଆ ହାତୀଟି ପାଣି ଭିତରକୁ ଯାଇ ତାଙ୍କୁ କୂଳ ପର୍ଯ୍ୟନ୍ତ ଆସିବାରେ ସାହାଯ୍ୟ କରିଥିଲା। ଏବେ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆପଣ ବି ଟିକେ ନଜର ପକାନ୍ତୁ…

କେରଳରେ ଗର୍ଭିଣୀ ହାତୀ ସହ ଘଟିଥିବା ମର୍ମନ୍ତୁଦ ଘଟଣା ପରେ ଏହି ପୁରୁଣା ଭିଡିଓଟି ସୋଶାଲ ମିଡିଆରେ ଖୁବ୍ ଶେୟାର ହେଉଛି। ପଶୁଟିଏ ହୋଇ ମଧ୍ୟ ତା’ର ହୃଦୟ ଏତେ କୋମଳ ଯେ, ସେ ଜଣଙ୍କୁ ପାଣିରେ ବୁଡ଼ିଯାଉଥିବା ଦେଖି ସହିପାରିଲାନି। ହେଲେ ମଣିଷ କେତେ ନିଷ୍ଠୁର, ଭୟଙ୍କର ଓ କଦର୍ଯ୍ୟ ମାନସିକତାର ହୋଇପାରେ, ତା’ର ଜ୍ୱଳନ୍ତ ଉଦାହରଣ ସମସ୍ତେ ଦେଖିସାରିଲେଣି।



from Odisha Reporter https://ift.tt/2UoNcGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages