ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍  ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି।

ଗତକାଲି ୫ ଜଣିଆ  ଟିମ୍‌ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ପ୍ରଭାବିତ ଅଞ୍ଚଳ ଗସ୍ତ କରି ଟିମ୍‌ କେନ୍ଦ୍ରକୁ ରିପୋର୍ଟ ଦେବ ।

ଆଜି ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି । ଆସନ୍ତାକାଲି ଗୋଟିଏ ଟିମ୍‌ ଭଦ୍ରକ ଓ ଦ୍ୱିତୀୟ ଟିମ୍‌ ଜଗତସିଂହପୁର ଯିବ । ଦୁଇ ଦିନ ଧରି ଅମ୍ଫାନ କ୍ଷୟକ୍ଷତି ଆକଳନ ପରେ ଏହି ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିବା ସହ ୫ ଶହ କୋଟିର ଆଗୁଆ ସହାୟତା ପ୍ରଦାନ କରିଛନ୍ତି । ଗତ ମେ ୨୦ରେ ଅମ୍ଫାନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।



from Odisha Reporter https://ift.tt/2XXu2Zo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages