ପାକିସ୍ତାନରୁ ଭାରତର ୨ ଦୂତାବାସ କର୍ମଚାରୀ ନିଖୋଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ପାକିସ୍ତାନରୁ ଭାରତର ୨ ଦୂତାବାସ କର୍ମଚାରୀ ନିଖୋଜ!

ଇସଲାମାବାଦ: ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ଦୁଇ ଜଣ କର୍ମଚାରୀ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ଦୀର୍ଘ ୨ ଘଣ୍ଟା ହେଲାଣି ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନେ ଦୂତାବାସର ଆବାସିକ ଅଞ୍ଚଳରେ ରହୁଥିଲେ।

ହେଲେ ହଠାତ୍‌ ସେମାନେ ନଖୋଜ ହୋଇଯାଇଥିବାରୁ ଭାରତୀୟ ଦୂତାବାସଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ ସିଆଇଏସଏଫ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଡ୍ୟୁଟିରେ ଥିବା ବେଳେ ହିଁ ନିଖୋଜ ହୋଇଯାଇଛନ୍ତି। ସେମାନେ ଗାଡ଼ି ନେଇ କାମରେ ବାହାରିଥିବା ବେଳେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିବା ଖବର ମିଳିଛି। ଏବେ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଶରତ ସବ୍ରାୱାଲ କହିଛନ୍ତି, ପାକିସ୍ତାନର ଅପରାଗତା ପାଇଁ ଏଭଳି ଘଟଣା ଘଟିଛି। ଦୂତାବାସ କର୍ମଚାରୀଙ୍କ ପାଇଁ ଜାରି କୋଡ ଅଫ କଣ୍ଡକ୍ଟକୁ ପାକିସ୍ତାନ ପାଳନ କରୁ ନଥିବାରୁ ଏଭଳି ଘଟଣା ଘଟିଛି।



from Odisha Reporter https://ift.tt/3d18791

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages