୨ ବାଘଛାଲ ଜବତ, ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

୨ ବାଘଛାଲ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘଛାଲ ଜବତ ହୋଇଛି । ବାଘ ଛାଲ ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଟିଏଫ୍ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ STF ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ବାଘଛାଲ ରାକେଟ୍‌ର ପର୍ଦ୍ଦାଫାସ କରିଛି । ରାକେଟ୍‌ରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍ ।

ଗତ ୮ ତାରିଖରେ ମଧ୍ୟ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ବାଘ ଛାଲ ବିକ୍ରି ଲାଗି ଯୋଜନା ହେଉଥିବା ବେଳେ ସ୍ପେଶାଲ ଟାସ୍କ ଫୋର୍ସର ଏକ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଘ ଓ ହରିଣ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍ ।



from Odisha Reporter https://ift.tt/37oRX88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages