ବନାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ମହୁଲ ପଦା ଥାନା ଅନ୍ତର୍ଗତ ସିସୋଡ଼ିହି ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଚୋରା ମହୁଲି ମଦ ତିଆରି ଚାଲିଥିବା ବେଳେ ପୁଲିସ୍ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଏହାସହ ୧୨୦ ଲିଟର ମହୁଲି ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛି।
ମିଳିଥିବା ସୂଚନା ଅନୂସାରେ,ସିସୋ ଡ଼ିହି ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଚୋରା ମହୁଲି ମଦ ତିଆରି ହେଉଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ମହୁଲପଦା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍ ଚଢଉ କରି ୧୨୦ ଲିଟର ମହୁଲି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2MVEJqg
No comments:
Post a Comment