ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି ଭାରତ। ଏଠାରେ ଏଯାବତ ୨,୯୭, ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଆଗରେ କେବଳ ରୁଷ, ବ୍ରାଜିଲ ଓ ଆମେରିକା ଅଛନ୍ତି। ରୁଷରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ବ୍ରାଜିଲରେ ୮ ଲକ୍ଷ ପାର ହୋଇଯାଇଛି। ସେହିପରି ଆମେରିକାରେ ଏହି ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇସାରିଛି।

ଭାରତରେ ଗତ ୨୪ ଘଣ୍ଟାରେ ୧୦,୯୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୩୯୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮,୪୯୮କୁ ବୃଦ୍ଧି ପାଇଛି।

ଦେଶର ମୋଟ ଆକ୍ରନ୍ତଙ୍କ ମଧ୍ୟରୁ ୯୭,୬୪୮ ଜଣ ହେଉଛନ୍ତି ମହାରାଷ୍ଟ୍ରର। ସେମାନଙ୍କ ମଧ୍ୟରୁ ୩,୫୯୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ଗୁଜରାଟରେ ୧୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୧୦୮୫ ଓ ପଶ୍ଚିମବଙ୍ଗରେ ୪୪୨ ଜଣଙ୍କ ମୃତ୍ୟୁ ଘଟିଛି।

ଦେଶରେ ଏବେ ୧,୪୧,୮୪୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧,୪୭,୧୯୫ ଜଣ ସୁସ୍ଥ ହୋଇସାରିଛନ୍ତି।



from Odisha Reporter https://ift.tt/3d1Pty1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages