ଘର ପଛପଟୁ ମିଳିଲା ମୃତ ସମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ଘର ପଛପଟୁ ମିଳିଲା ମୃତ ସମ୍ବର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରିସାହିରେ ବନ ବିଭାଗ ଚଢ଼ାଉ କରି ଶିକାର କରାଯାଇଥିବା ଏକ ମୃତ ସମ୍ବରକୁ ଜବତ କରିବା ସହ ୨ଜଣ ଶିକାରୀଙ୍କୁ ଗିରଫ କରିଛି।

ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଆଡେନିଗଡ଼ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ବୌଦ୍ଧରୁ ଏସିଏଫ ଏନଫୋର୍ସମେଣ୍ଟ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମୋବାଇଲ ଫୋର୍ସ ଏବଂ ମାଧପୁର ରେଞ୍ଜ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ ମିଶି ବୁଧବାର ସକାଳେ ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକଙ୍କ ଘରେ ଚଢାଉ କରିଥିଲେ। ତଲାସୀ ବେଳେ ଘର ପଛପଟୁ ଶିକାର କରାଯାଇଥିବା ପ୍ରାୟ ୬୦କେଜି ଓଜନର ମୃତ ସମ୍ବରକୁ ଜବତ କରାଯାଇଥିଲା।

ବନବିଭାଗ କର୍ମଚାରୀଙ୍କୁ ଦେଖି ସେଠାରୁ ୪ଜଣ ଫେରାର ମାରିଥିବା ବେଳେ ଶିକାରରେ ସଂପୃକ୍ତି ଥିବା ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକ (୫୬) ଓ ରାଜା କହଁର(୩୫)ନାମକ ଅନ୍ୟ ୨ଜଣଙ୍କୁ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଥିବା  ବୌଦ୍ଧ ଡିଏଫଓ  ଯଶୋବନ୍ତ ସେଠି ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/30yrjs8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages