ଓକିଲ ଓ ମୋହରୀରଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ଓକିଲ ଓ ମୋହରୀରଙ୍କୁ କରୋନା

ପୁରୀ(ଓଡ଼ିଶା ରିପୋର୍ଟର):  ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରୀର ଅଛନ୍ତି।  ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆରି କୋର୍ଟ, କଲେକ୍ଟୋରିଏଟ୍, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଏସଆର୍ ଅଫିସରେ ତାଲା ପଡିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।  କରୋନା ଆକ୍ରାନ୍ତ ମୋହରୀରଙ୍କ ସ୍ତ୍ରୀ ଜୁଡିସିଆରି କୋର୍ଟରେ କାମ କରୁଥିବା ଜଣାଯାଇଛି। ତେଣୁ  ଜୁଡିସିଆରି କୋର୍ଟରେ ତାଲା ପଡ଼ିଛି।

ଗଡିଶାଗଦା ଅଞ୍ଚଳରୁ ଚିହ୍ନଟ ହୋଇଥିବା ଦୁଇ ଅପରାଧୀଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ କଟକଣା ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

 

 



from Odisha Reporter https://ift.tt/3db1r8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages