‘ଦେଶ ପାଇଁ ମରିବା ଗୌରବର କଥା, ମୁଁ ମୋ ପୁଅ ପାଇଁ ଗର୍ବିତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

‘ଦେଶ ପାଇଁ ମରିବା ଗୌରବର କଥା, ମୁଁ ମୋ ପୁଅ ପାଇଁ ଗର୍ବିତ’

ହାଇଦ୍ରାବାଦ: “ମୁଁ ଜାଣିଥିଲି କେବେ ନା କେବେ ଏମିତି ଏକ ଖବର ଶୁଣିବି। ତେଣୁ ମୁଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ରଖିଥିଲି। ସମସ୍ତେ ତ ମରନ୍ତି। କିନ୍ତୁ ଦେଶ ପାଇଁ ମରିବା ଏକ ଗୌରବର ବିଷୟ। ମୁଁ ମୋ ପୁଅ ପାଇଁ ଗର୍ବିତ।” କର୍ଣ୍ଣେଲ୍ ବି. ସନ୍ତୋଷ ବାବୁ ସହିଦ ହେବା ପରେ ତାଙ୍କ ବାପା ବି. ଉପେନ୍ଦ୍ର ଏକ ଜାତୀୟ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଲଦାଖର ଗଲୱାନ ଉପତ୍ୟକାରେ ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ନିକଟରେ ସୋମବାର ରାତିରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ ଓ ୧୯ ଜଣ ଯବାନ।

ଏସ୍‌ବିଆଇରୁ ଚିଫ୍ ମ୍ୟାନେଜର ଭାବେ ଅବସର ନେଇଥିବା ୬୨ ବର୍ଷୀୟ ଉପେନ୍ଦ୍ର କହିଛନ୍ତି, “ମୁଁ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲି। କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ତେଣୁ ମୋ ପୁଅ ଯେତେବେଳେ ୧୦ ବର୍ଷର ହୋଇଗଲା, ମୁଁ ତା’ ମୁଣ୍ଡରେ ସେନାରେ ଯୋଗ ଦେଇ ଦେଶ ପାଇଁ ସେବା କରିବା କଥା ପୂରାଇଥିଲି। ତା’ପରେ ସେ ସୈନିକ ସ୍କୁଲ୍‌ରେ ପଢ଼ିଥିଲା।”

ସେ କହିଛନ୍ତି, “୧୫ ବର୍ଷରେ ମୋ ପୁଅ ୪ଟି ପଦୋନ୍ନତି ପାଇଥିଲା। ବାପା ହିସାବରେ ମୁଁ ଚାହୁଁଥିଲି ସେ ଆହୁରି ଉପରକୁ ଯାଉ। କିନ୍ତୁ ମୁଁ ଏହା ବି ଜାଣିଥିଲି ଯେ ଯବାନର ଜୀବନରେ କ’ଣ ଘଟିବ, ତାହା କହି ହେବ ନାହିଁ। ତେଣୁ ମୁଁ ସନ୍ତୁଷ୍ଟ ଯେ ସେ ଦେଶ ପାଇଁ ନିଜ ପ୍ରାଣକୁ ବଳି ଦେଇଛି।”

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ବାପାମା’

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ଆନ୍ଧ୍ର ପ୍ରଦେଶର କୋରୁକୁନ୍ଦ ସୈନିକ ସ୍କୁଲ୍‌ରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଥିଲେ। ତା’ପରେ ସେ ଏନ୍‌ଡିଏ ଓ ଆଇଏମ୍‌ଏରେ ପଢ଼ିଥିଲେ। ସେ ଜମ୍ମୁ ଓ କଶ୍ମୀର ସମେତ ଅନେକ ସମ୍ବେଦନଶୀଳ ସ୍ଥାନରେ ନିଯୁକ୍ତି ପାଇଥିଲେ। କୁପୱାରାରେ ଆତଙ୍କବାଦୀଙ୍କ ସହ ଲଢ଼ି ସେ ସେନା ମୁଖ୍ୟଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ବାପା ଉପେନ୍ଦ୍ର ଓ ମା’ ମଞ୍ଜୁଳା ତେଲେଙ୍ଗାନାର ସୂର୍ଯ୍ୟପେଟ ସହରରେ ରହନ୍ତି। ତାଙ୍କ ପତ୍ନୀ ସନ୍ତୋଷୀ ଓ ଦୁଇ ଛୁଆ (୮ ବର୍ଷର ଝିଅ ଓ ୩ ବର୍ଷର ପୁଅ) ଦିଲ୍ଲୀରେ ରହନ୍ତି। ତାଙ୍କ ସହିଦ ହେବା ଖବର ପ୍ରଥମେ ତାଙ୍କ ପତ୍ନୀ ସନ୍ତୋଷୀ ପାଇଥିଲେ।

ଉପେନ୍ଦ୍ର ଓ ମଞ୍ଜୁଳା ଶେଷ ଥର ପାଇଁ ଜୁନ୍ ୧୪ ତାରିଖରେ ଅର୍ଥାତ୍ ରବିବାର ପୁଅ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ସେମାନେ ସେଦିନ ସେଠାକାର ସ୍ଥିତି ବିଷୟରେ ସନ୍ତୋଷଙ୍କୁ ପଚାରିଥିଲେ। ତେବେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ଘରକୁ ଫେରିଲେ ସବୁକଥା କହିବେ ବୋଲି କହିଥିଲେ।

ସେହି ରାତିର ଘଟଣା

୧୫-୧୬ ତାରିଖ ରାତିରେ ଲଦାଖର ଗଲୱାନ ଉପତ୍ୟକାରେ ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ଠାରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଜୁନ୍ ୧୬ ତାରିଖରେ ଉଭୟ ଭାରତ ଓ ଚୀନ ସେନାର ବରିଷ୍ଠ ଅଧିକାରୀଙ୍କ ବୈଠକ ପୂର୍ବରୁ ସୀମାରେ ଚୀନ୍ ତା’ର ଯବାନଙ୍କ ସଂଖ୍ୟା କମାଇବା ସହିତ ଗଲୱାନ ଉପତ୍ୟକାରେ ନିଜ ଅଞ୍ଚଳକୁ ଫେରିଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ଚୀନ୍ ସେନା ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ସେଥିପାଇଁ ‘୧୬ ବିହାର ରେଜିମେଣ୍ଟ’ର କର୍ଣ୍ଣାଲ୍ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଛୋଟ ଦଳ ଚୀନ ସେନା ସହିତ ଆଲୋଚନା କରିବାକୁ ଯାଇଥିଲା। ତେବେ ଆଲୋଚନା ବେଳେ ଉତ୍‌କ୍ଷିପ୍ତ ଚୀନ ଯବାନମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ଲୁହା ରଡ୍ ଓ ପଥରରେ ସେମାନେ ଆକ୍ରମଣ କରିଥିଲେ। ସେତେବେଳେ ଭାରତୀୟ ଯବାନଙ୍କ ତୁଳନାରେ ଚୀନର ୩ ଗୁଣା ଅଧିକ ଯବାନ ଥିଲେ। ଅବଶ୍ୟ ମାରପିଟ ଆରମ୍ଭ ହେବାର କିଛି ସମୟ ଭିତରେ ଭାରତୀୟ ଯବାନଙ୍କ ଆଉ ଏକ ଦଳ ସେଠାରେ ପହଞ୍ଚି ଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଉଭୟ ପକ୍ଷ ଯବାନଙ୍କ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ଏବଂ ଆଉ ୨ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୧୭ ଯବାନ ଆହତ ହୋଇଥିଲେ ଓ କମ୍ ତାପାମାତ୍ରା ଯୋଗୁ ପରବର୍ତ୍ତୀ ସମୟରେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ସେହିପରି ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇ ଦେଇଥିବା ତଥ୍ୟ ଅନୁଯାୟୀ ଚୀନ୍‌ର ୪୩ ଜଣ ଯବାନ ମୃତାହତ ହୋଇଛନ୍ତି। ଅବଶ୍ୟ ଚୀନ ଏକଥାକୁ ମାନୁନାହିଁ।



from Odisha Reporter https://ift.tt/2UR0ID3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages