ମା’କୁ ପିଟିପିଟି ମାରି ଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 13, 2020

ମା’କୁ ପିଟିପିଟି ମାରି ଦେଲା ପୁଅ

ବିନିକା (ଦିଲ୍ଲୀପ ସାହୁ): କାଠ ଫାଳିଆରେ ପିଟିପିଟି ନିଜ ମା’କୁ ମାରି ଦେଲା ଯୁବକ। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ପଂଚାୟତର ଖଇରମାଲ ଗାଁରେ।

ମୃତ ବୃଦ୍ଧାଙ୍କ ନାଁ ସତ୍ୟ ଭୋଇ। ତାଙ୍କୁ ୬୨ ବର୍ଷ ହୋଇଥିଲା। ଅଭିଯୁକ୍ତର ନାଁ ଗଣେଶ ଭୋଇ (୨୮)।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ସତ୍ୟ ଭୋଇ ଦାନ୍ତ ଘଷିବା ପାଇଁ ଘରୁ ବାହାରିବା ମାତ୍ରେ ଗଣେଶ ତାଙ୍କୁ ଆକ୍ରମଣ କରିଥିଲେ। ସେ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସେ ଏକାଧିକ ପ୍ରହାର କରିଥିଲେ। ଫଳରେ ସତ୍ୟଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବିନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ମୁଣ୍ଡ ଠିକ୍ ନଥିବା କୁହାଯାଉଛି। ୧୦ ଦିନ ତଳେ ସେ ତା’ ପତ୍ନୀଙ୍କୁ ବି ଆକ୍ରମଣ କରିଥିଲା।



from Odisha Reporter https://ift.tt/3feMP9w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages