ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ସରକାରୀ କ୍ୱାରେଣ୍ଟାଇନ୍ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ସରକାରୀ କ୍ୱାରେଣ୍ଟାଇନ୍ ଅବଧି

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ହେଲା ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟାଇନ୍ ଅବଧି। ଏଣିକି ୭ ଦିନ ବଦଳରେ ୧୪ ଦିନ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଜିଲ୍ଲାର ସବୁ ବ୍ଲକର ବିଡିଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ।

୭ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତିଙ୍କର କରୋନା ପଜିଟିଭ ବାହାରି ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ତା’ସହିତ ଗ୍ରାମାଞ୍ଚଳରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ।

ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟାଇନ୍‌ର ଅବଧି ୭ରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି। ସେହିପରି ଘରକୁ ଯିବା ପରେ ମଧ୍ୟ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଉପରେ ୭ ଦିନ ନଜର ରଖିବାକୁ କୁହାଯାଇଛି।



from Odisha Reporter https://ift.tt/30sjXXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages