କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀରେ ଗାଁ ପାଖରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ନାଁ ସୁଶାନ୍ତ ବେହେରା। ତାଙ୍କ ଘର ଲୋଧଣୀ ଗାଁରେ ବୋଲି ଜଣାପଡ଼ିଛି।
ଗତକାଲି ସୁଶାନ୍ତ ଖାଇବା ପାର୍ସଲ ନେବାକୁ ଢାବାକୁ ଆସିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କନ୍ଦରସିଂହା ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲେ। ପରେ ଜଣେ ଯୁବକ ସୁଶାନ୍ତଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ।
ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। । ସୁଶାନ୍ତଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
from Odisha Reporter https://ift.tt/3cBEg71
No comments:
Post a Comment