ଆବଶ୍ୟକୀୟ ସାମଗ୍ରୀ : ହଳଦୀ ଲୁଣ ପକାଇ ଚିଙ୍ଗୁଡ଼ି ଭଜା, କର୍ଣ୍ଣଫ୍ଲୋର, ସିଜା ଆଳୁ ଚକଟା, ବେସନ, ଲୁଣ, ଲଙ୍କାଗୁଣ୍ଡ, ପୋଇପତ୍ର, ତେଲ।
ପ୍ରସ୍ତୁତି : ପ୍ରଥମେ ଛୋଟ ଚୁଙ୍ଗୁଡ଼ିର ମୁଣ୍ଡ ଓ ଲାଞ୍ଜକୁ ଛଡ଼ାଇ ତେଲରେ ଭାଜି ରଖନ୍ତୁ। ପୋଇ ପତ୍ର ଆଣି ତାକୁ କାଟି ରଖନ୍ତୁ। ଆଳୁ ସିଝାରେ ଆବଶ୍ୟକ ଅନୁସାରେ ଲୁଣ, ବେସନ, ଲଙ୍କାଗୁଣ୍ଡ, ଭଜା ଚୁଙ୍ଗୁଡ଼ି ପକାଇ ଚକଟି ମସଲା ପ୍ରସ୍ତୁତ କରନ୍ତୁ।
ପୋଇ ପତ୍ରକୁ ପାନ ଭଳି ଭାଙ୍ଗି ପ୍ରସ୍ତୁତ ହୋଇଥିବା ଚିଙ୍ଗୁଡ଼ି ମସଲାକୁ ସେଥିରେ ପୂରାଇ କାଠି ସାହାଯ୍ୟରେ ଲକ୍ କରି ସିଙ୍ଗଡ଼ା ଭଳି କରନ୍ତୁ। ଶେଷରେ ଗ୍ୟାସ୍ ଲଗାଇ ଏକ ପାତ୍ରରେ ତେଲ ଗରମ କରନ୍ତୁ। ଗରମ ତେଲରେ ପ୍ରସ୍ତୁତ ହୋଇ ରହିଥିବା ପୋଇ ପତ୍ରକୁ କର୍ଣ୍ଣଫ୍ଲୋର ପାଉଡର୍ରେ ବୁଡ଼ାଇ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପୋଇ ପତ୍ର ଚୁଙ୍ଗୁଡ଼ି ସିଙ୍ଗଡ଼ା।
from Odisha Reporter https://ift.tt/2MsLYWt
No comments:
Post a Comment