ଦିଲ୍ଲୀରେ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ଼ ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଦିଲ୍ଲୀରେ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ସାଂଘାତିକ ରୂପ ନେଲାଣି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ଭିତରେ ୨୦ ହଜାର ନୂଆ କରୋନା ବେଡ୍ ତିଆରି କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ହୋଟେଲ, ବ୍ୟାଙ୍କେଟ୍ ହଲ୍ ଏବଂ ନର୍ସିଂ ହୋମ୍ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଏହି କ୍ରମରେ ଦିଲ୍ଲୀସ୍ଥିତ ହୋଟେଲଗୁଡ଼ିକରେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ୪ ହଜାର ନୂଆ କୋଭିଡ୍ ବେଡ୍ ପ୍ରସ୍ତୁତ କରାଯିବ।

ସେହିପରି ଦିଲ୍ଲୀସ୍ଥିତ ବ୍ୟାଙ୍କେଟ୍ ହଲରେ ୧୧ ହଜାର ନୂଆଁ କୋଭିଡ୍ ବେଡ୍ ତିଆରି କରାଯିବାକୁ ଥିବାବେଳେ ନର୍ସିଂ ହୋମରେ ୫ ହଜାର ବେଡ୍ ତିଆରି କରାଯିବ। କେଜ୍ରିଓ୍ୱାଲ ସରକାର ଆସନ୍ତା ସପ୍ତାହ ଅତିରିକ୍ତ ୨୦ ହଜାର କୋଭିଡ୍ ବେଡ୍ ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଦିଲ୍ଲୀସ୍ଥିତ ଛୋଟ-ବଡ଼ ହୋଟେଲଗୁଡ଼ିକରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ପ୍ରାୟ ୪ ହଜାର ବେଡ୍ ପ୍ରସ୍ତୁତ ହେବ। ସେମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକ ସହ ସଂଯୋଗ କରାଯିବ। ୮୦ ବ୍ୟାଙ୍କେଟ୍ ହଲରେ ମୋଟ ୧୧ ହଜାର କୋଭିଡ୍ ବେଡ୍ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହିସବୁ ବେଡ୍ ଦିଲ୍ଲୀ ନର୍ସିଂ ହୋମଗୁଡ଼ିକ ସହ ସଂଯୋଗ କରାଯିବ। ଏହାବ୍ୟତୀତ ୧୦ରୁ ୪୯ଟି ବେଡ୍ ଥିବା ନର୍ସିଂ ହୋମଗୁ଼ଡ଼ିକୁ କୋଭିଡ୍ ବେଡରେ ପରିଣତ କରାଯାଉଛି, ଯେଉଁଥିରେ ପ୍ରାୟ ୫ ହଜାର ବେଡ୍ ପ୍ରସ୍ତୁତ ହେବ। ଦିଲ୍ଲୀର କେତେକ ହୋଟେଲକୁ ଘରୋଇ ହସ୍ପିଟାଲ ସହ ସଂଯୋଗ କରାଯାଇଛି। ଏଠାରେ ଆକ୍ରାନ୍ତଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଯାଇଛି।

ସମସ୍ତ ଜିଲ୍ଲାର ଜିଲ୍ଲାଧିକାରୀ ଆସନ୍ତା କିଛି ଦିନ ମଧ୍ୟରେ ଏହି କାର୍ଯ୍ୟକୁ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଜ୍ରିଓ୍ୱାଲ ସରକାର ଏହି ହୋଟେଲ ତଥା ବ୍ୟାଙ୍କେଟ୍ ହଲଗୁଡ଼ିକରେ ଚିକିତ୍ସିତ ହେବାକୁ ଥିବା ରୋଗୀଙ୍କ ପାଇଁ ରେଟ୍ କାର୍ଡ ମଧ୍ୟ ସ୍ଥିର କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2UERj1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages