ଭୁବନେଶ୍ୱରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଭୁବନେଶ୍ୱରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୧୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୧୬ଟି ନୂଆ କେସ୍ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ୨ଟି ଲୋକେଲ୍ କେସ୍‌।

ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୩ ଜଣ ପଟିଆର ଶ୍ରୀବିହାର ଅଞ୍ଚଳର। ସେମାନେ ଗୋଟିଏ ପରିବାରର ଓ ପୂର୍ବରୁ ପରିବାରର କରୋନା ଆକ୍ରାନ୍ତ ସଦସ୍ୟଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୩୧ ବର୍ଷୀୟ ଯୁବକ ଥିବା ବେଳେ ଜଣେ ୬୫ ବର୍ଷୀୟ ବୃଦ୍ଧ ଓ ୫୮ ବର୍ଷୀୟା ମହିଳା ଅଛନ୍ତି।

ସେହିପରି ୨ ଜଣ ଜୟଦେବ ବିହାରର ବିଜୁ ପଟ୍ଟନାୟକ କଲେଜ ପାଖାପାଖି ଅଞ୍ଚଳର। ସେମାନଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଜଣେ ୭୧ ବର୍ଷର ବୃଦ୍ଧା। ଉଭୟଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେମାନେ ଆମେରିକାରୁ ଫେରିଥିଲେ।


୨ଟି କେସ୍ ୟୁନିଟ୍‌-୪ ଶାସ୍ତ୍ରୀ ନଗର ଅଞ୍ଚଳର। ସେମାନଙ୍କ ମଧ୍ୟରୁ ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୪୦ ବର୍ଷୀୟ ଯୁବକ। ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେମାନେ କୋଲକାତା ଗସ୍ତ କରିଥିଲେ। ସେହିପରି ଜଣେ ଡୁମ୍‌ଡୁମା ଅଞ୍ଚଳର ୨୨ ବର୍ଷୀୟ ଯୁବ ଓ ସେ ପୁନେରୁ ଫେରିଥିଲେ। କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ଯୁବକ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଓମାନରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ।
ସତ୍ୟନଗରରୁ ଗୋଟିଏ କେସ୍ ଅରସିଛି। ୩୩ ବର୍ଷୀୟ ଏହି ଯୁବକ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଦିଲ୍ଲୀ ଗସ୍ତ କରିଥିଲେ। ନୟାପଲ୍ଲୀ ଶବର ସାହିର ଜଣେ ୫୪ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ବି ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେ ଚେନ୍ନାଇରୁ ଫେରିଥିଲେ। ରସୁଲଗଡ଼ର ନେତାଜୀ ବିହାରର ଜଣେ ୪୭ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଗୁରଗାଁଓରୁ ଫେରିଥିଲେ। ଯଦୁପୁର ଜଣେ ୩୧ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲତ ହିଷ୍ଟ୍ରୀ ଥିଲା ଓ ସେ ଦିଲ୍ଲୀରୁ ଫେରିଥିଲେ। ଆଉ ଜଣେ ୟୁନିଟ୍ ୩ର। ସେ ଜଣେ ୬୦ ବର୍ଷୀୟା ମହିଳା। ତାଙ୍କର ସଂପର୍କୀୟ କୋଲକାତାରୁ ଫେରିଥିଲେ।



from Odisha Reporter https://ift.tt/30LNZ8B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages