ଜମିବାଡ଼ି ବିବାଦରୁ ମହିଳାଙ୍କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ଜମିବାଡ଼ି ବିବାଦରୁ ମହିଳାଙ୍କୁ ପିଟିଲେ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅରାଂ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଦମୟନ୍ତୀ ପରିଡ଼ା ନାମ୍ନୀ ସମ୍ପୃକ୍ତ ମହିଳାଙ୍କୁ ରାସ୍ତାରେ ପିଟି ପିଟି ରକ୍ତାକ୍ତ କରିଦେଇଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ଶାଳନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ, ଅରାଂ ଗାଁର ନାରାୟଣ ପରିଡ଼ା ଏକ ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଦଖଲ କରି ଚଳୁଥିଲେ। ଏହାକୁ ଗାଁର କିଛି ଲୋକ ବିରୋଧ କରୁଥିଲେ। ଏନେଇ ଗାଁ ଲୋକଙ୍କ ସହ ନାରାୟଣଙ୍କର ଝଗଡ଼ା ହୋଇଥିଲା। ଏପରିକି ନାରାୟଣଙ୍କୁ ଗାଁ ଲୋକେ ଏକଘରକିଆ କରି ଦେଇଥିଲେ। ଏସବୁ ଘଟଣାକୁ ନେଇ ନାରାୟଣଙ୍କ ପତ୍ନୀ ଦମୟନ୍ତୀ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ କ୍ରମେ ବୁଧବାର ଗାଁ ଲୋକଙ୍କୁ ପୁଲିସ୍‌ ଡାକି ବୁଝାସୁଝା କରିଥିଲା। ମାତ୍ର ଥାନାରୁ ଫେରିବା ପରେ ଗାଁ ଲୋକଙ୍କ ସହ ଦମୟନ୍ତୀଙ୍କ ପରିବାରର ପୁଣି ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଗାଁ ଲୋକେ ଦମୟନ୍ତୀଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/3cWg0g3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages