ଦଲାଲ ଆକ୍ରମଣରେ ମକା ଚାଷୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ଦଲାଲ ଆକ୍ରମଣରେ ମକା ଚାଷୀ ଗୁରୁତର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମକା ବାବଦରେ ବକେୟା ଟଙ୍କା ମାଗିବାରୁ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ମକା ଚାଷୀ । ଦଲାଲ ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା ମକା ଚାଷୀ ଏନେଇ ଥାନାରେ ଏତଲା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଢେପଗୁଡ଼ା ସାହିରେ ଏହି ଘଟଣା ଘଟିଛି।

ଉମରକୋଟ ଡିଏନ୍ କଲୋନୀରେ ରହୁଥିବା ଚାଷୀ ମଙ୍ଗଲ ଗାଇନ ଗତ ଜାନୁଆରୀ ମାସରେ ଢେପଗୁଡ଼ାସ୍ଥିତ ମକା ଦଲାଲ ଶ୍ୟାମ ଝାଙ୍କୁ ୬ ଲକ୍ଷ ୨୦ ହଜାର ଟଙ୍କାର ମକା ବିକ୍ରି କରିଥିଲେ । ଦଲାଲଜଣକ ୩ ଲକ୍ଷ ୨୦ ହଜାର ଟଙ୍କା ଦେଇଥିବା ବେଳେ ବାକି ୩ ଲକ୍ଷ ପାଇଁ ବାରମ୍ବାର ତାରିଖ ଦେଇ ସମୟ ଗଡ଼ାଇ ଆସୁଥିଲେ ।

ଗତକାଲି ବକେୟା ଟଙ୍କା ମାଗିବାକୁ ଚାଷୀ ମଙ୍ଗଲ ଗାଇନ ଦଲାଲଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଦଲାଲଜଣକ ନିଜର କିଛି ସହଯୋଗୀଙ୍କ ସହ ଲୁହା ରଡ଼ରେ ସମ୍ପୃକ୍ତ ଚାଷୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।



from Odisha Reporter https://ift.tt/3dQdxoB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages