ଚାଲିଗଲେ ବାସୁ ଦା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଚାଲିଗଲେ ବାସୁ ଦା’

ନୂଆଦିଲ୍ଲୀ: ବଲିଉଡ୍ ପାଇଁ ପୁଣି ଏକ ଦୁଃଖଦ ଖବର। ଭେଟେରାନ ନିର୍ଦ୍ଦେଶକ ତଥା ନିର୍ମାତା ବାସୁ ଚାଟାର୍ଜୀଙ୍କ ଆଜି ଦେହାନ୍ତ ହୋଇଛି। ବାସୁଙ୍କୁ ୯୩ ବର୍ଷ ବୟସ ହୋଇଥିବା ବେଳେ ସେ ବୟସାଧିକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ।

୨୦୨୦ ମସିହା ବଲିଉଡ୍ ପାଇଁ କଳାବର୍ଷ ଭଳି ମନେ ହେଉଛି। ଲଗାତର ଜଣଙ୍କ ପରେ ଜଣେ ବଲିଉଡର ଉଜ୍ୱଳ ତାରକା ଇହଲୀଳା ତ୍ୟାଗ କରୁଛନ୍ତି। ଗୁରୁବାର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ଘଟିଛି। ଏନେଇ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନ (ଆଇଏଫଟିଡିଏ)ର ସଭାପତି ଅଶୋକ ପଣ୍ଡିତ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଅଶୋକଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି ଦ୍ୱିପହର ସମୟରେ ସାନ୍ତାକ୍ରୁଜ ଶ୍ମଶାନଠାରେ ବାସୁଙ୍କ ଅନ୍ତିମ ସଂସ୍କାର କାର‌୍ୟ୍ୟ ସମାପନ ହେବ। ସୂଚନା ଥାଉ କି, ଲୋକପ୍ରିୟ ଫିଲ୍ମ ରଜନୀଗନ୍ଧା, ଖଟ୍ଟା ମିଠା, ଚମେଲୀ କି ଶାଦୀ, ବାତୋଁ ବାତୋଁ ମେଁ, ଚିତ୍ତଚୋର୍, ପିୟା କା ଘର, ଉସ୍ ପାର୍ ପାଇଁ ବାସୁ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ବିୟୋଗ ବଲିଉଡ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଅଶୋକ।



from Odisha Reporter https://ift.tt/3eQOdPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages