ରଣ କ୍ଷେତ୍ର ପାଲଟିଲା ପଲ୍ଲୀସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ରଣ କ୍ଷେତ୍ର ପାଲଟିଲା ପଲ୍ଲୀସଭା

ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସମୟରେ ସମସ୍ତ ସଭା ସମିତି ଆୟୋଜନ କରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ହେଲେ ଭଦ୍ରକ ଜିଲ୍ଲାରେ ଅନିୟମିତତା ଭାବେ ପଲ୍ଲୀ ସଭା ଚାଲିଥିବା ଜଣାପଡ଼ିବା ପରେ ଉକ୍ତ ସଭା କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟଇ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତସ୍ଥିତ କୋଡ଼ଗମ୍ଭିର ଗାଁରେ ପଞ୍ଚାୟତ PEO ତାପସ କୁମାର ଦାସ, ସରପଞ୍ଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କ ସହମତିରେ ପଲ୍ଲୀସଭା ଚାଲିଥିଲା । ହେଲେ ସେମାନେ ପଲ୍ଲୀସଭା ପାଇଁ ସରକାରୀ ସ୍ତରରେ କୌଣସି  ଅନୁମତି ନେଇ ନଥିବା ଜଣାପଡ଼ିଛି।

ଗାଁରେ ପଲ୍ଲୀସଭା ହେଉଥିବା ଦେଖି ଗାଁ ଲୋକେ ଲକ୍‌ଡାଉନ୍ ସମୟରେ କୌଣସି ସଭା ସମିତିରେ ଲୋକେ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ସରପଞ୍ଚଙ୍କ ସମର୍ଥକ ଗାଁ ଲୋକଙ୍କୁ ଲୁହା ରଡ୍‌ ଓ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ଲକ୍‌ଡାଉନ୍ ସମୟରେ ପଲ୍ଲୀ ସଭା କରି ସରକାରୀ ଦସ୍ତାବିଜକୁ ନିଜ ଅକ୍ତିଆର କରିବା ଲାଗି ସରପଞ୍ଚ ପ୍ରୟାସ କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।



from Odisha Reporter https://ift.tt/2AyWIQi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages