ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡ଼େନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୯ ବର୍ଷର ଝିଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ।

ବୈଷ୍ଣବୀ ତାଙ୍କ ମା’ ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ରୀତା ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ବୈଷ୍ଣବୀଙ୍କର ଜନ୍ମଦିନ ଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖଡ଼ିଆଳ ପୁଲିସ୍ ଟ୍ରକ୍‌ଟିକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/3cJJSvL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages