କରୋନା ଚିକିତ୍ସାର ବାଟ ପାଇଲେ ଭାରତୀୟ ବୈଜ୍ଞାନିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

କରୋନା ଚିକିତ୍ସାର ବାଟ ପାଇଲେ ଭାରତୀୟ ବୈଜ୍ଞାନିକ

ଦୀର୍ଘ ଦିନ ହେଲା କରୋନା ଭୂତାଣୁ ସମସ୍ୟାର ସମାଧାନ ସ୍ୱରୁପ କୌଣସି ଟୀକା ବାହାରି ପାରିଲା ନାହିଁ। ଆଜି ସାରା ବିଶ୍ୱର ବୈଜ୍ଞାନିକ, ବିଶେଷଜ୍ଞ ତଥା ଡାକ୍ତରମାନେ ହାତ ଟେକି ନ ଦେଇ କୋଭିଡ୍-୧୯ର ଟୀକା ଖୋଜିବାରେ ଅହରହ ଚେଷ୍ଟା ଜାରି ରଖିଛନ୍ତି। ଏହାରି ଭିତରେ ଭାରତୀୟ ବୈଜ୍ଞାନିକମାନେ କେତେକ ଔଷଧୀୟ ଉଦ୍ଭିଦରୁ ଏଭଳି କିଛି କମ୍ପାଉଣ୍ଡ ପାଇଛନ୍ତି, ଯାହା କରୋନା ଭୂତାଣୁର ଚିକିତ୍ସା ଲାଗି ଉପଯୋଗୀ ହୋଇପାରିବ।

ହିସାରସ୍ଥିତ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ୱାଇନ୍ସ (ଏନଆରସିଇ)ର ବୈଜ୍ଞାନିକମାନେ ଏଭଳି ଦୃଢ଼ୋକ୍ତି ଦେଇଛନ୍ତି। ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚୁରାଲ ରିସର୍ଚ୍ଚ (ଆଇସିଏଆର) ଅଧୀନରେ ଏନଆରସିଇ କାର୍ଯ୍ୟରତ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଉକ୍ତ ଅନୁସନ୍ଧାନର ଫଳାଫଳ ଉପରେ ଆଇସିଏଆର ଏକ ଆନୁଷ୍ଠାନିକ ରିପୋର୍ଟ ପ୍ରକାଶ କରି। ଏଥିରେ ବୈଜ୍ଞାନିକମାନେ କରୋନା ଭୂତାଣୁ ବିରୁଦ୍ଧରେ ଏକ ଔଷଧ ପାଇଛନ୍ତି, ଯାହା କୋଭିଡ୍-୧୯ ଚିକିତ୍ସା ପାଇଁ ସକ୍ଷମ ହୋଇପାରେ ବୋଲି କୁହାଯାଇଛି।

ଏନଆରସିଇର ଡେପୁଟି ଡାଇରେକ୍ଚଟର ଜେନେରାଲ (ପଶୁ ବିଜ୍ଞାନ) ବି.ଏନ୍. ତ୍ରିପାଠୀ ଏକ ଜାତୀୟ ଗଣମାଧ୍ୟମକୁ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଅନୁସନ୍ଧାନ ଏଭଳି ପରିଣାମ ଦେଇଛି, ଯଦ୍ଦ୍ୱାରା ଏନଆରସିଇର ବୈଜ୍ଞାନିକମାନେ ଅନେକ ଭୂତାଣୁ ବିରୁଦ୍ଧରେ ସମାଧାନ ଖୋଜି ପାଇଛନ୍ତି। ତେବେ କେଉଁ ଔଷଧୀୟ ଉଦ୍ଭିଦରେ ଏହି ଗୁଣବତ୍ତା ଲୁଚି ରହିଛି, ସେ ନେଇ ତ୍ରିପାଠୀ ବର୍ତ୍ତମାନ କୌଣସି ଖୁଲାସା କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ମୁଁ କେବଳ ଏତିକି କହିପାରିବି ଯେ, ଉକ୍ତ ଔଷଧୀୟ ଉଦ୍ଭିଦଗୁଡ଼ିକ ଆଜିର ସମୟରେ ଦେଶର ଅନେକ ଆୟୁର୍ବେଦିକ ଔଷଧ ତିଆରିରେ ବ୍ୟବହାର କରାଯାଉଛି।

ଆଇସିଏଆର ଦ୍ୱାରା ଏହାର ଅଫିସିଆଲ ଓ୍ୱେବସାଇଟରେ ପ୍ରକାଶିତ ନୋଟରେ କୁହାଯାଇଛି ଯେ, କରୋନା ମହାମାରୀ କାଳରେ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇସିଏଆର-ଏନଆରସିଇ ହିସାରର ବୈଜ୍ଞାନିକମାନେ କେତେକ ପ୍ରାକୃତିକ ଉତ୍ପାଦର ପରିଣାମକୁ ନେଇ କିଛି ଆକଳନ କରିଥିଲେ। ଏଗୁଡ଼ିକ ମଣିଷଙ୍କ ବ୍ୟବହାର ନିମତ୍ତେ ସୁରକ୍ଷିତ ଏବଂ ଜ୍ୱର, କାଶ ଆଦିରୁ ରକ୍ଷା କରିବା ଲାଗି ମଧ୍ୟ ଉପଯୋଗୀ।

ଉକ୍ତ ଔଷଧୀୟ ଉଦ୍ଭିଦଗୁଡ଼ିକର ଆଣ୍ଟିଭାଇରାଲ ପ୍ରଭାବ କେତେ ରହୁଛି ତାହା ପରୀକ୍ଷା କରିବାକୁ ବୈଜ୍ଞାନିକମାନେ ଏହି ଅନୁସନ୍ଧାନରେ ‘ଚିକେନ୍ କରୋନା ଭାଇରସ’ର ଏକ ସଂକ୍ରମଣ ମଡେଲକୁ ବ୍ୟବହାର କରିଥିଲେ। ସୂଚନାଯୋଗ୍ୟ, ଚିକେନ୍ କରୋନା ଭାଇରସ୍ ହେଉଛି ପ୍ରଥମ କରୋନା ଭାଇରସ୍, ଯାହା ୧୯୩୦ରେ ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହା କୁକୁଡ଼ାମାନଙ୍କୁ ସାଂଘାତିକ ଭାବେ ସଂକ୍ରମିତ କରିଥାଏ।

ଆଇସିଏଆର ଏନେଇ ଅଧିକ ସୂଚନା ଦେଇଛି ଯେ, ପ୍ରାରମ୍ଭିକ ଅନୁସନ୍ଧାନରେ IBV କରୋନା ଭୂତାଣୁ ବିରୁଦ୍ଧରେ ଏକ ପ୍ରାକୃତିକ ଉତ୍ପାଦ (VTC-antiC1) ଆଶାତୀତ ଫଳ ଦେଖାଇଛି। ଗୁରୁତର ଭାବେ IBV ସଂକ୍ରମଣରେ ଆକ୍ରାନ୍ତ କୁକୁଡ଼ାମାନଙ୍କ ଭ୍ରୁଣ ରକ୍ଷା କରିବା ଦିଗରେ ଏହି ଔଷଧ ପ୍ରଭାବ ପକାଇଲା। ଏହାସହ ଏହି ପ୍ରାକୃତିକ ଉତ୍ପାଦ କେତେକ ଅନ୍ୟ RNA ଏବଂ DNA ଭୂତାଣୁ ବିରୁଦ୍ଧରେ ଫଳପ୍ରଦ ବୋଲି ଜଣାପଡ଼ିଛି। ଏହାକୁ ଆଧାର କରି VTC-antiC1ରେ କରୋନା ଭୂତାଣୁ ସହ ଲଢ଼ିବାର କ୍ଷମତା ରହିଛି ବୋଲି ଆଇସିଏଆର ଦାବି କରୁଛି।



from Odisha Reporter https://ift.tt/2UkTkzo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages