ନ୍ୟୁୟର୍କ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ୍। କରୋନାର ପ୍ରଭାବ ଯେତେ ବଢ଼ିବ ଚୀନ୍ ଉପରେ ସେତେ ଆକ୍ରୋଶ ବଢ଼ିବ ବୋଲି ଟ୍ରମ୍ପ କହିଛନ୍ତି। ମଙ୍ଗଳବାର ଟ୍ରମ୍ପ ଟୁଇଟ୍ କରି କହିଛନ୍ତି, “ସାରା ବିଶ୍ୱରେ କରୋନା ମହାମାରୀ ବିସ୍ତାର କରିଛି। ଆମେରିକାରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ଏହା ଦ୍ୱାରା ଆମେରିକାର ଅନେକ କ୍ଷତି ହୋଇଛି। ଚୀନ୍ ଉପରେ ମୋର ଆକ୍ରୋଶ ବଢ଼ି ଚାଲୁଛି। ଲୋକମାନେ ମଧ୍ୟ ଏହାକୁ ଅନୁଭବ କରିପାରୁଥିବେ”।
As I watch the Pandemic spread its ugly face all across the world, including the tremendous damage it has done to the USA, I become more and more angry at China. People can see it, and I can feel it!
— Donald J. Trump (@realDonaldTrump) June 30, 2020
ଅନ୍ୟପଟେ ଟ୍ରମ୍ପଙ୍କ ସ୍ୱାସ୍ୟ୍ହ ପରାମର୍ଶଦାତା ଡକ୍ଟର ଆନଥନୀ ଫାଉଚି କହିଛନ୍ତି, “ଲୋକମାନେ ଯଦି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିବେ କିମ୍ୱା ସାମାଜିକ ଦୂରତା ନମାନିବେ ତା’ହେଲେ ଦେଶରେ ପ୍ରତିଦିନ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବେ। ଏବେ ଦେଶରେ ୪୦ ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯଦି ନିୟମ ନ ମାନିବା ତା’ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବାକୁ ଅଳ୍ପ ସମୟ ଲାଗିବ। ଏଥିପାଇଁ ମୁଁ ଚିନ୍ତିତ”।
ସୂଚନାଯୋଗ୍ୟ, ୨୧୦ରୁ ଅଧିକ ଦେଶରେ କରୋନା ବ୍ୟାପିଛି। ଏହି ମହାମାରୀରେ ସର୍ବାଧିକ କ୍ଷତି ଆମେରିକାର ହୋଇଛି।
The post ‘କରୋନାର ପ୍ରଭାବ ଯେତେ ବଢ଼ିବ, ଚୀନ ପ୍ରତି ମୋର ଆକ୍ରୋଶ ସେତେ ବଢ଼ିବ’ appeared first on Odisha Reporter.
from Odisha Reporter https://ift.tt/3f1aTx3
No comments:
Post a Comment