କ୍ଲିନିକରେ ଗ୍ୟାସ ଲିକରୁ ବିସ୍ଫୋରଣ, ୧୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

କ୍ଲିନିକରେ ଗ୍ୟାସ ଲିକରୁ ବିସ୍ଫୋରଣ, ୧୯ ମୃତ

ତେହରିନ: ଇରାନର ଏକ କ୍ଲିନିକରେ ଗ୍ୟାସ ଲିକ୍ ହେବାରୁ ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା, ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୯ ହୋଇଥିବା ତେହରାନ ଫାୟାର ଡିପାର୍ଟମେଣ୍ଟର ମୁଖପାତ୍ର ଜଲାଲ ମାଲେକି କହିଛନ୍ତି। ଇରାନର ସରକାରୀ ଟିଭି ଚ୍ୟାନେଲରୁ ଏହି ସୂଚନା ମିଳିଛି।

ଇରାନର ଖବର ସରବରାହ ସଂସ୍ଥା ଆଇଆରଏନଏର ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି। ୨୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଲାଲ ମାଲେକି ସୂଚନା ଦେଇଛନ୍ତି।

ମେଡିକାଲରେ ଥିବା ଗ୍ୟାସ ଟାଙ୍କି ବିସ୍ପୋରଣ କରିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ତେହରାନର ଡେପୁଟି ଗଭର୍ଣ୍ଣର ହମିନ୍ଦ୍ରେଜା ଗୌଦରେଜି ବୋଲି ଏହି ସୂଚନା ଦେଇଛନ୍ତି। ତେବେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

The post କ୍ଲିନିକରେ ଗ୍ୟାସ ଲିକରୁ ବିସ୍ଫୋରଣ, ୧୯ ମୃତ appeared first on Odisha Reporter.



from Odisha Reporter https://ift.tt/3dNRIVV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages