ବିଷ ପିଇ ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ, ଭିଡିଓରେ ବୟଫ୍ରେଣ୍ଡଙ୍କ ନାଁରେ କରିଛନ୍ତି ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ବିଷ ପିଇ ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ, ଭିଡିଓରେ ବୟଫ୍ରେଣ୍ଡଙ୍କ ନାଁରେ କରିଛନ୍ତି ସାଂଘାତିକ ଅଭିଯୋଗ

ବେଙ୍ଗାଲୁରୁ: ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଟେଲିଭିଜନ୍ ଅଭିନେତ୍ରୀ। ତାଙ୍କ ନାଁ ଚନ୍ଦନା। ତାଙ୍କୁ ୨୯ ବର୍ଷ ହୋଇଥିଲା। ସେ କନ୍ନଡ଼ ଭାଷାରେ ଟେଲି ଧାରାବାହିକରେ ଅଭିନୟ କରୁଥିଲେ। ମେ’ ୨୮ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ତେବେ ଗତ ସୋମବାର ଘଟଣାଟି ଲୋକଲୋଚନକୁ ଆସିଥିଲା।

ବିଷ ପିଇ ଆତ୍ମହତ୍ୟା କରିବା ପୂର୍ବରୁ ଚନ୍ଦନା ଏକ ଭିଡିଓ ରେକର୍ଡ କରିଥିଲେ। ଏଥିରେ ସେ ତାଙ୍କ ବୟଫ୍ରେଣ୍ଡ ଦୀନେଶଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି। ଏଥିରେ ସେ କହିଛନ୍ତି, ଦୀନେଶ ତାଙ୍କୁ ଧୋକା ଦେଇଛନ୍ତି। ବାହା ହେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି। ଏମିତିକି ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ। ତା’ସହିତ ଦୀନେଶ ତାଙ୍କ ଟଙ୍କା ହଡ଼ପ କରିଛନ୍ତି। ୫ ଲକ୍ଷ ଟଙ୍କା ନେଇଛନ୍ତି, କିନ୍ତୁ ଫେରାଉ ନାହାନ୍ତି। ଦୀନେଶଙ୍କର ଅନ୍ୟ ଝିଅମାନଙ୍କ ସହିତ ବି ସଂପର୍କ ରଖୁଛନ୍ତି। ତାଙ୍କ ପାଇଁ ସେ ଆତ୍ମହତ୍ୟା କରୁଥିବା କହିଛନ୍ତି।

ସୂଚନା ଅନୁଯାୟୀ, ଚନ୍ଦନା ଓ ଦୀନେଶ ୫ ବର୍ଷ ହେଲା ସଂପର୍କରେ ଥିଲେ।



from Odisha Reporter https://ift.tt/3gKrer0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages