ଦେଶରେ ଆଜିଠାରୁ ଖୋଲିଲା ଧାର୍ମିକସ୍ଥଳୀ, ମଲ୍ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କେଉଁସବୁ କଟକଣା ରହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଦେଶରେ ଆଜିଠାରୁ ଖୋଲିଲା ଧାର୍ମିକସ୍ଥଳୀ, ମଲ୍ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କେଉଁସବୁ କଟକଣା ରହିଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସର ପ୍ରଭାବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏବଂ ଏବେ ପ୍ରତିଦିନ ପାଖାପାଖି ୧୦ହଜାର ନୂଆ ପଜିଟିଭ୍ ସାମ୍ନାକୁ ଆସିଛି। ଏହା ମଧ୍ୟରେ ଆଜିଠାରୁ ଦେଶରେ ଅନଲକ୍-୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ୧ ଜୁନରେ ସରକାର ଲକାଡାଉନ୍-୫ ଅର୍ଥାତ୍ ଅନଲକ୍-୧ର ଶୁଭାରମ୍ଭ କରିଥିଲେ, ଯାହାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଖୋଲିଛି। ସୋମବାରଠାରୁ ଦେଶରେ ଧାର୍ମିକସ୍ଥଳୀ, ରେଷ୍ଟୁରାଣ୍ଟ, ସପିଂ ମଲ୍‌ ଖୋଲିବା ପାଇଁ ଅନୁମତି ମିଳିଛି, କିନ୍ତୁ ଏଥିରେ କିଛି କଟକଣା ମଧ୍ୟ ରହିଛି।

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୧ହଜାରରୁ ଅଧିକ କେସ୍ ସାମ୍ନାକୁ ଆସୁଛି। କିନ୍ତୁ ଏହା ସତ୍ତ୍ୱେ ଆଜିଠାରୁ ଦିଲ୍ଲୀରେ କିଛି କୋହଳ କରାଯାଇଛି। ଦିଲ୍ଲୀରେ ସମସ୍ତ ଧାର୍ମିକସ୍ଥଳୀକୁ ଆଜିଠାରୁ ଖୋଲିବାକୁ ଅନୁମତି ମିଳିଛି। ଏହାସହ ମଲ୍, ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯିବ। ତେବେ ରାଜଧାନରେ ଏବେବି କିଛି ହୋଟେଲକୁ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ କିଛି ଦେଶର କିଛି ରାଜ୍ୟରେ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁର ମାତା ବୈଷ୍ଣୋ ଦେବୀ ମନ୍ଦିର ଏବେବି ବନ୍ଦ ରହିବ। ଏହାବ୍ୟତୀତ ହରିୟାଣାର ପଞ୍ଚକୁଲା ମନ୍ଦିର ମଧ୍ୟ ଖୋଲିବ ନାହିଁ। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଗୋଆ ଓ ଓଡ଼ିଶା ଭଳି ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିବ।

ଧାର୍ମିକସ୍ଥଳୀ ପାଇଁ ନିୟମାବଳୀ
୧. ପରସ୍ପରଠାରୁ ୬ ଫୁଟର ଦୂରତା
୨. ମାସ୍କ
୩. ସାନିଟାଇଜର
୪. ଆରୋଗ୍ୟ ସେତୁ ଆପ୍ସ
୫. ସାବୁନରେ ହାତ ଧୋଇବାର ବ୍ୟବସ୍ଥା
୬. ଜୋତା-ଚପଲ ନିଜ ନିଜରେ ଗାଡ଼ିରେ ରଖିବା
୭. ପ୍ରାର୍ଥନା ପାଇଁ ଘରୁ ଚଟାଇ ଆଣିବା
୮. ମୂର୍ତ୍ତି-ପୁସ୍ତକକୁ ସ୍ପର୍ଶ କରିବା ମନା, ପ୍ରସାଦ ମଧ୍ୟ ମିଳିବନି
୯. ସାମୂହିକ ଭଜନ-କୀର୍ତ୍ତନର କାର୍ଯ୍ୟକ୍ରମ ହେବ ନାହିଁ

ରେଷ୍ଟୁରାଣ୍ଟ ପାଇଁ ନିୟମାବଳୀ
୧. ମାସ୍କ
୨. ସାନିଟାଇଜର
୩. ଆରୋଗ୍ୟ ସେତୁ ଆପ୍ସ
୪. ସାବୁନରେ ହାତ ଧୋଇବାର ବ୍ୟବସ୍ଥା
୫. ୫୦ପ୍ରତିଶତ ବସିବାର ବ୍ୟବସ୍ଥା
୬. ଡିସପୋଜେବଲ୍ ମେନ୍ୟୁ ଓ ନାପକିନର ବ୍ୟବସ୍ଥା
୭. ବ୍ୟବହୃତ ହୋଇଥିବା ଟେବୁଲକୁ ସାନିଟାଇଜ୍ କରିବା
୮. ଏଲିଭେଟରେ ସୀମିତ ଲୋକେ ଚଢ଼ିପାରିବେ
୯. ପାର୍କିଂରେ ଯାନଗୁଡ଼ିକୁ ସାନିଟାଇଜ୍ କରାଯିବ

ସପିଂ ମଲ୍ ପାଇଁ ନିୟମାବଳୀ
୧. ଗୋଟିଏ ଦୋକାନରେ ଏକ ସମୟରେ ୫ଜଣ ଗ୍ରାହକଙ୍କୁ ମଞ୍ଜୁରୀ
୨. ଲିଫ୍ଟ ଓ ଏକ୍ସେଲେଟର୍ସରେ ସୀମିତ ଲୋକଙ୍କୁ ଏଣ୍ଟ୍ରି
୩. ଫୁଡ୍ କୋର୍ଟରେ ଅଧା ସିଟ୍ ବ୍ୟବହୃତ ହେବ
୪. ମଲ୍ଟିପ୍ଲେକ୍ସ କିମ୍ବା କିଡ୍ସ ପ୍ଲେ ଏରିଆ ବନ୍ଦ ରହିବ
୫. ଶୋ’ରୁମରେ ଟ୍ରାଏଲ୍ ଏରିଆ ବନ୍ଦ ରହିବ



from Odisha Reporter https://ift.tt/2BBHZo6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages