ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୯ ଶହ ଅତିକ୍ରମ କଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୯ ଶହ ଅତିକ୍ରମ କଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ବି କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।


୧୮ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ୧୩୮ ଜଣଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ବାକି ୧୩ଟି ହେଉଛି ଲୋକାଲ୍ କେସ୍‌। ୧୩୮ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ। ଏଠାରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୩, ରାୟଗଡ଼ାରୁ ୧, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୩, ଢେଙ୍କାନାଳାରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧୦, କନ୍ଧମାଳରୁ ୧୦, ଭଦ୍ରକରୁ ୧୧, ସମ୍ବଲପୁରରୁ ୧, ବଲାଙ୍ଗିରରୁ ୧, ସୁନ୍ଦରଗଡ଼ରୁ ୧୨, ନୂଆପଡ଼ାରୁ ୩, ପୁରୀରୁ ୭ ଓ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



from Odisha Reporter https://ift.tt/2MFKEiQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages