ମୁଣ୍ଡଳୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ମୁଣ୍ଡଳୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ

କଟକ (ପ୍ରଭାତ ବିଷୋୟୀ): କଟକ ମୁଣ୍ଡଳୀ ଠାରେ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍ ଖୋଲାଯିବା ପରେ ସେହି ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି।

ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେବାର ଲାଗିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏହା ବିପଦ ସଙ୍କେତର ବହୁ ତଳେ ରହିଛି। ଏଠାରେ ବିପଦ ସଙ୍କେତ ୯୭ ଫୁଟ ରହିଛି।

 

The post ମୁଣ୍ଡଳୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ appeared first on Odisha Reporter.



from Odisha Reporter https://ift.tt/31ktZdn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages