ପୁରୀ (ଓଡ଼ିଶା ରିପୋର୍ଟର): ଜୁଲାଇ ୧ ତାରିଖରେ ହେବ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତେଣୁ ପୁରୀରେ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ପରେ ତିନି ରଥଙ୍କୁ ଦକ୍ଷିଣ ମୋଡ଼ କରିବା ପାଇଁ ଆଜ୍ଞାମାଳ ଆସିବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ଦକ୍ଷିଣ ମୋଡ଼ କରାଯିବ। ଏହା ପରେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଦକ୍ଷିଣ ମୋଡ଼ କରାଯିବ।
ଗତକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅନୁସାର ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ପରାମର୍ଶରେ ମୋହିନୀ ଚୂର୍ଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମହାଲକ୍ଷ୍ମୀ।
ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ଙ୍କ ବନ୍ଦାପନା କରିଥିଲେ ସେବାୟତ। ଏହା ପରେ ନନ୍ଦିଘୋଷ ରଥ ଭାଙ୍ଗିବା ନୀତି ସଂପର୍ଣ୍ଣ ହୋଇଥିଲା।
ଏହି ନୀତି ସମ୍ପନ୍ନ ହେଲା ପରେ ଅଭିମାନୀନି ମହାଲକ୍ଷ୍ମୀ ବଡ଼ଦାଣ୍ଡ ବାଟରେ ନ ଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
କୁହାଯାଏ, ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଆସି ନ ଥିବାରୁ ଅଭିମାନ କରି ସେ ଶ୍ରୀଗୁଣ୍ଡିଚା ଆସି ନନ୍ଦିଘୋଷ ରଥକୁ ଭାଙ୍ଗିଥା’ନ୍ତି।
The post ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ appeared first on Odisha Reporter.
from Odisha Reporter https://ift.tt/2VnZfEq
No comments:
Post a Comment