ଦିନକରେ ୧୧୯୨୯ ନୂଆ ଆକ୍ରାନ୍ତ, ସୁସ୍ଥ ହାର ୫୦% ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 13, 2020

ଦିନକରେ ୧୧୯୨୯ ନୂଆ ଆକ୍ରାନ୍ତ, ସୁସ୍ଥ ହାର ୫୦% ଟପିଲା

ନୂଆଦିଲ୍ଲୀ: ସାରା ଦୁନିଆ ସମେତ ଭାରତରେ ମଧ୍ୟ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏନେଇ ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ତଥ୍ୟ ଦିଆଯାଇଛି। ତଦ୍ଦନୁଯାୟୀ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦,୯୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୨୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଗତ ୨୪ ଘଣ୍ଚାରେ ୩୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମଣରେ ୯୧୯୫ଜଣଙ୍କ ମୃତ୍ୟୁ ହେଲାଣି। ତେବେ ୧୬୨୩୭୯ ରୋଗୀ ଭଲ ମଧ୍ୟ ହୋଇଛନ୍ତି। ତାଜା ତଥ୍ୟ ଅନୁଯାୟୀ ରିକୋଭରୀ ରେଟ୍ ବା ସୁସ୍ଥ ହାର ୫୦.୫୯ ପ୍ରତିଶତରେ ପହଞ୍ଚିଛି।

ଦେଶରେ ପ୍ରଥମ ଥର ରିକୋଭରୀ ରେଟ୍ ୫୦ ପ୍ରତିଶତ ଟପିଛି। ଆଇସିଏମଆର୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟାନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ୫୬,୫୮,୬୧୪ ଜଣ ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ୧,୫୧,୪୩୨ ଜଣଙ୍କ କୋଭିଡ୍-୧୯ ଟେଷ୍ଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧୯୨୯ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହାପରେ ଦେଶରେ କରୋନା ପଜିଟିଭ୍ ମାମଲା ହାର ୭.୮୭ ପ୍ରତିଶତ ହୋଇଯାଇଛି।

ଭାରତ ବ୍ୟତୀତ ଦୁନିଆର ଅନେକ ଦେଶ କରୋନା ଭୂତାଣୁ ଦ୍ୱାରା ହନ୍ତସନ୍ତ ହେଉଛନ୍ତି। ବିଶ୍ୱର ୧୮୦ରୁ ଊର୍ଦ୍ଧ୍ୱ ଦେଶରେ କରୋନା ବ୍ୟାପିସାରିଛି। ବର୍ତ୍ତମାନ ସୁଦ୍ଧା ଦୁନିଆର ୪.୨୫ ଲକ୍ଷ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସାରା ଦୁନିଆର ୭୬ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିସାରିଛି। ଏହି ସଂଖ୍ୟା ପ୍ରତ୍ୟେହ ବଢ଼ିଚାଲିଛି।



from Odisha Reporter https://ift.tt/30FIqIL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages