ମାଟିହାଣ୍ଡି ମାଂସ ଝୋଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ମାଟିହାଣ୍ଡି ମାଂସ ଝୋଳ

ଆବଶ୍ୟକ ସାମଗ୍ରୀ

ଖାସି ମାଂସ, ରିଫାଇନ୍ ତେଲ, ହଳଦୀ ଗୁଣ୍ଡ, ଦହି, ଆଳୁ, ଅଦା, ରସୁଣ, ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଖାସି ମାଂସରେ  ରିଫାଇନ୍‌ ତେଲ, ଲୁଣ, ହଳଦୀଗୁଣ୍ଡ ଓ ଦହି ପକାଇ ଭଲ ଭାବେ ମ୍ୟାରିନେଟ୍‌ କରି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହା ମଧ୍ୟରେ ଦୁଇ ଫାଳ କରି ଛାଣି ଦିଅନ୍ତୁ।

ଦୁଇ ଘଣ୍ଟା ପରେ ମ୍ୟାରିନେଟ୍‌ ମାଂସରେ ଅଦା, ରସୁଣ, ପିଆଜ ବଟା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ସୋରିଷ ଜିରା ବଟା, ଅଳ୍ପ ରିଫାଇନ୍‌ ତେଲ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ହାଣ୍ଡିରେ ତେଲ ଗରମ କରି ମ୍ୟାରିନେଟ୍‌ ଖାସି ମାଂସକୁ ପକାଇ ଭଲଭାବେ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।

୧୦ରୁ ୧୫ମନିଟ୍‌ ପରେ ଘୋଡ଼ଣୀ ବାହାର କରି ସେଥିରେ ଛଣା ଆଳୁ ପକାନ୍ତୁ। ଏହାକୁ କିଛି ସମୟ ଗୋଳାଇ ୪୦ ରୁ ୪୫ ମିନିଟ୍ ପାଇଁ ମାଂସକୁ ସେମିତି ଘୋଡ଼ଣୀ ଘୋଡାଇ ସିଝିବାକୁ ଦିଅନ୍ତୁ। ମାଂସ ସିଝି ଗଲା ପରେ ହାଣ୍ଡିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ମାଂସ ଝୋଳ।

 

The post ମାଟିହାଣ୍ଡି ମାଂସ ଝୋଳ appeared first on Odisha Reporter.



from Odisha Reporter https://ift.tt/38h3mYm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages