ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଇଶା ଦେୱଲ୍ ଛୋଟ ପରଦାରେ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ, ସେ ’ଷ୍ଟାର୍ ଭାରତ’ରେ ପ୍ରସାରିତ ହେଉଥିବା ପୌରାଣିକ ସିରିଏଲ୍ ‘ଜଗ ଜନନୀ ମା’ ବୈଷ୍ଣୋ ଦେବୀ’ ମାଧ୍ୟମରେ ଛେଟ ପରଦାରେ ଡେବ୍ୟୁ କରିବେ। ଏଥିରେ ସେ ବୈଷ୍ଣୋଦେବୀଙ୍କ ମା’ ରାଣୀ ସମୃଦ୍ଧିଙ୍କ ଭୂମିକାରେ ନଜର ଆସିବେ। ଲକ୍ଡାଉନ୍ ପାଇଁ ଏହି ସିରିଏଲ୍ର ଶୁଟିଂ ବନ୍ଦ ଥିଲା। ତେବେ ଖୁବ୍ଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ।
ପୂର୍ବରୁ ଏହି ସିରିଏଲ୍ରେ ରାଣୀ ସମୃଦ୍ଧିଙ୍କ ଭୂମିକାରେ ତୋରଲ୍ ରାସପୁତ୍ରା ଅଭିନୟ କରୁଥିଲେ। ସେ ଲକ୍ଡାଉନ୍ ପୂର୍ବରୁ ସିରିଏଲ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ ସ୍ଥାନରେ ନିର୍ମାତା ଇଶାଙ୍କୁ ନେଇଛନ୍ତି।
ତୋରଲ ରାସପୁତ୍ରାଙ୍କ କହିବା କଥା ଯେ ଜଣେ ଛୋଟ ଛୁଆ ସହିତ ମା’ ଭୂମିକାରେ ଶୁଟିଂ କରିବାରେ ତାଙ୍କୁ କିଛି ଅସୁବିଧା ହେଉ ନଥିଲା। ସେ ପୂରା ସେହି ଚରିତ୍ରରେ ହଜି ଯାଉଥିଲେ। କିନ୍ତୁ ଏବେ ସିରିଏଲ୍ରେ ଏକ ଲିପ୍ ଆସିବ। ଏହା ପରେ ତାଙ୍କ ଝିଅ ଭୂମିକାରେ ଯିଏ ଆସିବେ, ସେ ପାଖାପାଖି ତାଙ୍କ ବୟସର। ଏଣୁ ତାଙ୍କ ସହିତ ମା’ ଚରିତ୍ରରେ ଅଭିନୟ କରିବା କଷ୍ଟକର ହେବ। ତେଣୁ ଏବେ ଏହି ଚରିତ୍ରରେ ୪୦ ରୁ ୪୫ ବର୍ଷର ଜଣେ ମହିଳା ଅଭିନୟ କଲେ ଭଲ ହେବ। ସେ ହିଁ ଏହି ଚରିତ୍ରକୁ ନ୍ୟାୟ ଦେଇପାରିବେ।
ସୂଚନାଯୋଗ୍ୟ, ଇଶା ଦେଓଲ ୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘କୋଇ ମେରେ ଦିଲ୍ ସେ ପୁଛେ’ରୁ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ‘ଧୁମ୍’, ‘ନୋ ଏଣ୍ଟ୍ରି’, ‘କଲ୍’, ‘ଆଙ୍ଖେ’, ‘କୁଛ୍ ତୋ ହୈ’ ଆଦି ଫିଲ୍ମରେ କାମ କରିଛନ୍ତି। ଇଶା ଦେଓଲ୍ଙ୍କ ମା’ ତଥା ଲୋକପ୍ରିୟ ଅଭିନେତ୍ରୀ ହେମାମାଳିନି ମଧ୍ୟ ପୌରାଣିକ ଧାରାବାହିକରେ ନଜର ଆସିଛନ୍ତି। ୧୯୯୯ରେ ସିରିଏଲ୍ ‘ଜୟ ମାତା ଦି’ ରେ ସେ ବୈଷ୍ଣୋ ଦେବୀର ଚରିତ୍ରରେ ନଜର ଆସିଥିଲେ।
The post ଛୋଟ ପରଦାରେ ଡେବ୍ୟୁ କରିବେ ଇଶା appeared first on Odisha Reporter.
from Odisha Reporter https://ift.tt/3gvLxaV
No comments:
Post a Comment