ଅଙ୍ଗନବାଡ଼ି ଦିଦିଙ୍କ ଘରୁ ଫୁଲଚାରା ଚୋରିରୁ ଗୋଷ୍ଠୀ ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଅଙ୍ଗନବାଡ଼ି ଦିଦିଙ୍କ ଘରୁ ଫୁଲଚାରା ଚୋରିରୁ ଗୋଷ୍ଠୀ ସଂଘର୍ଷ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ଫୁଲଚାରା ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବାରିଙ୍ଗିଆ ଗାଁର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରିଙ୍କ ଘରୁ  ଗତ ୩ ଦିନ ତଳେ କିଛି ଫୁଲଚାରା ଚୋରି ହୋଇଯାଇଥିଲା। ଏହାକୁ ନେଇ ଗତକାଲି ସକାଳେ ଅଙ୍ଗନବାଡି ଦିଦି  ଗାଁର ଭାସ୍କର ସାହୁ ଓ କରୁଣାକର ସାହୁଙ୍କୁ  ପଚାରିଥିଲେ। ଏହି କଥାକୁ ନେଇ ଭାସ୍କର ରାଗିଯାଇଥିଲେ। ମଞ୍ଜୁଲତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।

ବିଳମ୍ବିତ ରାତିରେ  ଭାସ୍କର, କରୁଣାକର, ତାଙ୍କ ପରିବାର ଓ କିଛି ସହଯୋଗୀ ମଞ୍ଜୁଲତାଙ୍କୁ ସଂଘବଦ୍ଧ ଭାବେ ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ସେମାନେ ମଧ୍ୟ ଆକ୍ରମଣ ଶିକାର ହୋଇଥିଲେ। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଗୁରୁତର ହୋଇଛନ୍ତି। ୫ ଜଣଙ୍କୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏବେବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

The post ଅଙ୍ଗନବାଡ଼ି ଦିଦିଙ୍କ ଘରୁ ଫୁଲଚାରା ଚୋରିରୁ ଗୋଷ୍ଠୀ ସଂଘର୍ଷ appeared first on Odisha Reporter.



from Odisha Reporter https://ift.tt/3gvLvzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages