ପୁରୀ (ମଧୁସୂଦନ ମିଶ୍ର): କରୋନା କଟକଣା ପାଇଁ ପୁରୀ ସହରକୁ ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକୁ ପୂରାଇ ଦିଆଯାଉ ନଥିବା ବେଳେ ଆଜି ସକାଳେ ଏଠାକୁ ଆସିଥିବା ଏକ କାର୍କୁ ପିପିଲି ଟୋଲ୍ ଗେଟ୍ରେ ଅଟକ ରଖାଯାଇଛି। ଏଥିସହ କାର୍ରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।
ସୂଚନାଅନୁସାରେ, ଆଜି ଏକ କାର୍ ସିଂହଦ୍ୱାର ସମ୍ମୁଖରେ ରହିଥିଲା। ଆଉ ଏହି କାର୍ରେ ଥିବା ୩ ଜଣ ବ୍ୟକ୍ତି ଶ୍ରୀମନ୍ଦିରର ଫଟୋ ଉଠାଇଥିଲେ। ଏଥିସହ ଶ୍ରୀମନ୍ଦିର ପାଖରେ ବୁଲିଥିଲେ। ଆଉ ସେମାମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ଏନେଇ ଅଭିଯୋଗ ଆସିଲା ପରେ ପିପିଲି ଟୋଲଗେଟ୍ ଠାରେ କାର ସହିତ ସେମାନଙ୍କୁ ଅଟକ ରଖାଯାଇଛି। ଏଥିସହ ସେମାନେ କେଉଁ ଜାଗାରୁ ଆସିଥିଲେ, ସେନେଇ ପଚରାଉଚର କରାଯାଉଛି।
ସବୁଠାରୁ ବଡ଼ କଥା ହେଉଛି, ଉକ୍ତ କାର୍ ସମ୍ମୁଖରେ କୋଭିଡ୍ ୧୯ର ଏକ ପାସ୍ ଲାଗିଛି। ଏହି ପାସ୍ ନକଲି ନା ଅସଲି ତାହା ମଧ୍ୟ ଯାଞ୍ଚ କରାଯାଉଛି। ତେବେ ଭୁବନେଶ୍ୱରର ଏହି କାର୍ କିଭଳି ଭାବେ ନାକାବନ୍ଦୀ ଡେଇଁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଲା ସେ ନେଇ ପ୍ରଶ୍ନ ଉଠିଛି।
ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, “ଘଟଣା ସମ୍ପର୍କରେ ଖବର ପାଇ ପିପିଲି ଆଇଆଇସିଙ୍କୁ କାର୍କୁ ଡିଟେଣ୍ଡ କରିବାକୁ କୁହାଯାଇଥିଲା। ଏହି କାର୍କୁ ଟୋଲଗେଟ୍ ନିକଟରେ ଡିଟେଣ୍ଡ କରାଯାଇଛି। ଆଉ ପଚାରାଉଚରା ଚାଲିଛି। ଆଉ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
The post ନାକାବନ୍ଦୀ ଡେଇଁ ଶ୍ରୀମନ୍ଦିର ପାଖରେ ପହଞ୍ଚିଲା କାର୍, ଫେରିଲା ବେଳେ ପିପିଲିରେ ଅଟକ appeared first on Odisha Reporter.
from Odisha Reporter https://ift.tt/3g1d04r
No comments:
Post a Comment