ଓଡ଼ିଆରେ ଆସିବ ଅପସରା ରାଣୀଙ୍କ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 25, 2020

ଓଡ଼ିଆରେ ଆସିବ ଅପସରା ରାଣୀଙ୍କ ଫିଲ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣମାନେ ତ ଜାଣିଥିବେ ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାଁରେ ଏକ ଫିଲ୍ମ ତିଆରି କରୁଛନ୍ତି। ଆଉ ଏହି ଫିଲ୍ମର ଉଭୟ ନାୟକ ଓ ନାୟିକା ହେଉଛନ୍ତି ଓଡ଼ିଆ। ସେମାନେ ହେଲେ ଅପସରା ରାଣୀ ଓ ରକ୍ କାଚି। ତେବେ ଏହି ଫିଲ୍ମ ନେଇ ରାମ ଗୋପାଳ ବର୍ମା ଆଉ ଏକ ତଥ୍ୟ ଦେଇଛନ୍ତି। ସେ ଫିଲ୍ମର ଫାଷ୍ଟ ଲୁକ୍‌ ସହିତ ଆଉ ଏକ ପୋଷ୍ଟର ଟ୍ୱିଟ୍‌ରେ ପୋଷ୍ଟ କରିଥିବା ବେଳେ ଫିଲ୍ମଟି ଓଡ଼ିଆରେ ମଧ୍ୟ ରିଲିଜ୍ ହେବ ବୋଲି ଏଥିରେ ଲେଖା ହୋଇଛି।

ରାମ ଗୋପାଳ ବର୍ମାଙ୍କ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମଲାୟଲମ, ମରାଠୀ, ଭୋଜପୁରୀ ଓ ଗୁଜରାଟୀ ଭାଷା ସହିତ ଓଡ଼ିଆରେ ବି ରିଲିଜ୍ ହେବ। ତେବେ ଏହା କେବେ ରିଲିଜ୍ ହେବ, ସେ ନେଇ ପୋଷ୍ଟରରେ କିଛି ଉଲ୍ଲେଖ କରାଯାଇ ନାହିଁ।


ସୂଚନାଯୋଗ୍ୟ, କିଛି ଦିନ ତଳେ ଅପ୍‌ସରାଙ୍କୁ ନେଇ ରାମ ଗୋପାଲ ବର୍ମା କରିଥିବା ଏକ ଟ୍ୱିଟ୍‌ରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ‘ଓଡ଼ିଶା’ର ଇଂରାଜୀ ବନାନ ଭୁଲ୍ ଥିଲା। ତା’ସହିତ ୧୯୯୯ ମହାବାତ୍ୟା ପର ଠାରୁ ସେ ଓଡ଼ିଶା ବିଷୟରେ କିଛି ଜାଣି ନଥିବା ଲେଖିଥିଲେ। ଏହାକୁ ନେଇ ଅନେକ ଓଡ଼ିଆ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପରେ ରାମ ଗୋପାଲ ବର୍ମା ଅନ୍ୟ ଏକ ଟ୍ୱିଟ୍ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ। ଅବଶ୍ୟ କେହି କେହି କହୁଛନ୍ତି, ନିଜ ଫିଲ୍ମର ପ୍ରଚାର ପାଇଁ ଏହା ରାମୁଙ୍କର ଏକ କୌଶଳ।

The post ଓଡ଼ିଆରେ ଆସିବ ଅପସରା ରାଣୀଙ୍କ ଫିଲ୍ମ appeared first on Odisha Reporter.



from Odisha Reporter https://ift.tt/2OVTJoZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages